fbpx

ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିକୁ ନେଇ ଭିଜିଲାନ୍ସ ଅଧିକାରୀ ସକ୍ରିୟ ରହିଛନ୍ତି। ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ଲଗାତାର ଚଢାଉ ଚାଲିଛି। ଏହାରି ମଧ୍ୟରେ ବର୍ତ୍ତମାନ ଏପରି ଆଉ ଏକ ଖବର ସାମ୍ନାକୁ ଆସିଛି। ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି।

ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି। କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ହେଉଛନ୍ତି ପ୍ରଦୀପ। ୫ଟି ସ୍ଥାନରେ ଭିଜିଲାନ୍ସର ଚଢାଉ ଜାରି ରହିଛି। କଟକ, ଭୁବନେଶ୍ୱର ଓ କେନ୍ଦ୍ରାପଡ଼ାରେ ଚଢାଉ ଜାରି ରହିଛି।

Get real time updates directly on you device, subscribe now.