fbpx

୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସେକ୍ସନ ଅଫିସର: ମାଡିବସିଲା ଭିଜିଲାନ୍ସ

ବଲାଙ୍ଗିର: ରାଜ୍ୟରେ ଦିନକୁ ଦିନ ଦୁର୍ନୀତିର ମାତ୍ରା ବଢିଚାଲିଛି । ପ୍ରତ୍ୟେକ ଦିନ ଏହି ନା କେହି ସରକାରୀ ଅଧିକାରୀ ଭିଡିଲାନ୍ସ ଜାଲରେ ଛନ୍ଦି ହୋଇଯାଉଛନ୍ତି । ଅଗରୁ ଅନେକ ଅଧିକାରୀଙ୍କୁ ଭଜିଲାନ୍ସ ଟାର୍ଗେଟ କରି ଧରିଥିବା ବେଳେ ବର୍ତ୍ତମାନ ଏହି ପଞ୍ଝାରେ ପଡିଛନ୍ତି ଜଣେ ସେକ୍ସନ ଅଫିସର । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ଟିମ୍ ।

ମିଳିଥିବା ସୂଚନା ଅନୁଯାୟୀ, ବେଲପଡା ତହସିଲ ଅଫିସର ସେକ୍ସନ ଅପିସର ଯୁଗଳ ରାଉତ ଧରାପଡିଛନ୍ତି । ସେ ଜମି ମ୍ୟୁଟେସନ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଏହାପରେ ଯୁଗଳଙ୍କ ପାଟଣାଗଡ ଘର ଓ ବେଲପଡା ଅଫିସରେ ଭିଜିଲାନ୍ସ ଚଢାଉ ଜାରୀ ରହିଛି ।

Get real time updates directly on you device, subscribe now.