fbpx

ଭିଜିଲାନ୍ସ ଜାଲରେ ଆଉ ଏକ କୋଟିପତି ଯନ୍ତ୍ରୀ

Advertisement

ଭୁବନେଶ୍ୱର,୨୨ ।୧୦(ଓଡିଶା ଭାସ୍କର): ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି । ଆର ଆଣ୍ଡ ବି ଡିଭିଜନ ୫ ର ସହକାରୀ ଯନ୍ତ୍ରୀ ହଉଛନ୍ତି ସାରଦା ପ୍ରସାଦ ଗୌଡ଼ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ସହକାରୀ ଯନ୍ତ୍ରୀ । ତେବେ ତାଙ୍କର ୧ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଥିବା ଭିଜିଲାନ୍ସ ଠାବ କରିଛି । ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ ଭିଜିଲାନ୍ସକୁ ୧ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତିର ହିସାବ ଦେଇ ପାରିନଥିବାରୁ ଗିରଫ ହୋଇଛନ୍ତି । ତେବେ ଯନ୍ତ୍ରୀଙ୍କ ନାଁରେ ୧୯ଟି ଫ୍ଲାଟ ଓ ତିନି ମହଲା ବିଶିଷ୍ଟ ଏକ କୋଠା ଘର ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.