fbpx

ପୂର୍ବତନ ଆରଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପୁରୀ, ୨୯ା୧ (ଓଡିଶା ଭାସ୍କର): ପୁରୀର ଜଣେ ପୂର୍ବତନ ଆରଆଇଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ପୃକ୍ତ ଆରଆଇଙ୍କ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସହ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ଆରଆଇ ବସନ୍ତ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କର ଫ୍ରେଣ୍ଡସ କ୍ଲବରେ ଥିବା ୨ଟି ଘର, ପେଣ୍ଠକଟାରେ ଥିବା ଘର, ବାଲିଘାଟରେ ଥିବା ଘର, କେନ୍ଦ୍ରାପଡ଼ାର ପୈତୃକ ଘର ସହ ୨ଟି ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି । ଜମି କିଣାବିକାରେ ମୂଲ୍ୟବାନ ଜମିର ବେଆଇନ କିଶମ ପରିବର୍ତ୍ତନ କରିବା, ଜମି ଅଦଳବଦଳ କରିବା ଆଦି ଅଭିଯୋଗ ତାଙ୍କ ନାମରେ ଆସିଥିଲା । ବାରମ୍ବାର ଏପରି ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.