fbpx

ପୂଜାରା ଓ ରାହାଣେଙ୍କ ପରେ ବିହାରୀଙ୍କ ଲଢୁଆ ବ୍ୟାଟିଂ: ୨୪୦ ରନର ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଳୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟକରେ ଭାରତ ୨୬୬ ରନରେ ଅଲଆଉଟ ହୋଇଛି । ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ହନୁମା ବିହାରୀ ଅପରାଜିତ ୪୦ ରନର ଲଢୁଆ ଇନିଂସ ଖେଳିଥିଲେ । ପ୍ରଥମ ଇନିଂସରେ ୨୭ ରନରେ ପଛୁଆ ରହିଥିବ ା ଭାରତ ଘରୋଇ ଦଳ ସମ୍ମୁଖରେ ୨୪୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଦ୍ୱିତୀୟ ଦିନର ଅସମାପ୍ତ ସ୍କୋରରୁ ଖେଳ ଆରମ୍ଭ କରି ଉଭୟ ରାହାଣେ ଏବଂ ପୂଜାରା ଚମକ୍ରାର ବ୍ୟାଟିଂ କରିଥିଲେ । ଉଭୟ ସକରାତ୍ମକ କ୍ରିକେଟ ଖେଳିବା ସହିତ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ । ରାହାଣେ ୭୮ ବଲ ଖେଳି ୮ଟି ଚୌକରା ଓ ଗୋଟିଏ ଛକା ମାରିଥିବା ବେଳେ ପୂଜାରା ୮୬ ବଲରୁ ୫୩ ରନ ସଂଗ୍ରହ କରିଥିଲେ । ପୂଜାରା ୧୦ଟି ବାଉଣ୍ଡ୍ରି ମାରିବା ସହିତ ୪୦ ରନ କରିଥିଲେ । ଉଭୟ ଖେଳାଳିଙ୍କ ମଧ୍ୟରେ ୧୧୧ ରନର ପାର୍ଟନରଶିପ୍ ହୋଇଥିଲା । ତେବେ ରାହାଣେଙ୍କ ୱିକେଟ ପତନର ମାତ୍ର ୧୨ ରନ ମଧ୍ୟରେ ଭାରତ ୩ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା ।

ଶେଷ ଆଡକୁ ହନୁମା ବିହାରୀ ଅପରାଜିତ ୪୦ ରନ କରିଥିବା ବେଳେ ଅଶ୍ୱିନ(୧୬) ଏବଂ ଶାର୍ଦ୍ଦୁଲ ଠାକୁର(୨୮) ଉପଯୋଗୀ ଅବଦାନ ଦେଇଥିଲେ । ବିହାରୀ ୮୪ ବଲ ଖେଳି ୬ଟି ଚୌକା ମାରିଥିଲେ । ଘରୋଇ ଦଳ ପକ୍ଷରୁ ମାର୍କୋ ଜାନସେନ, ଲୁଙ୍ଗି ଏନଗିଡି ଏବଂ କାଗିସୋ ରବାଡା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଡୁନାନ ଓଲିଭର ଅନ୍ୟ ୱିକେଟଟି ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.