fbpx

କଂଗ୍ରେସରୁ ବିଦାୟ ନେଲେ ବିଜୟ ପଟ୍ଟନାୟକ: ପାରଳାଖେମୁଣ୍ଡିରୁ ଲଢିଥିଲେ ନିର୍ବାଚନ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସକୁ ଲାଗିଛି ଏକ ଶକ୍ତ ଝଟକା । କଂଗ୍ରେସରୁ ଦୂରେଇ ଯାଇଛନ୍ତି ପ୍ରମୁଖ ନେତା ବିଜୟ ପଟ୍ଟନାୟକ । ଏଆଇସିସିକୁ ମେଲ୍ ଜରିଆରେ ଇସ୍ତଫାପତ୍ର ପଠାଇ କଂଗ୍ରେସ ଛାଡ଼ିଛନ୍ତି ବିଜୟ । ଗତ ନିର୍ବାଚନରେ ପାରଳାଖେମୁଣ୍ଡିରୁ କଂଗ୍ରେସର ପ୍ରାର୍ଥି ଭାବରେ ସେ ନିର୍ବାଚନ ଲଢିଥିଲେ । ଦଳରେ ସେ ନିଜ ଗୁରୁତ୍ୱ ହରାଇଥିବା କହି ଇସ୍ତଫା ଦେଇଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଦଳରେ ବର୍ତ୍ତମାନ ମୋର ଆବଶ୍ୟକତା ରହିଛଇ ବୋଲି ଅନୁଭବ ହେଉନି । ତେଣୁ ଆତ୍ମସମ୍ମାନ ରକ୍ଷା କରିବା ପାଇଁ ଦଳ ଛାଡ଼ିବା ପାଇଁ ମୁଁ ବାଧ୍ୟ ହେଉଛି । ତେବେ କଂଗ୍ରେସ ପରେ ଆଉ କୌଣସି ଦଳକୁ ଯିବି ନାହିଁ, ଲୋକଙ୍କ ସେବା କରିବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜୟ ପଟ୍ଟନାୟକ ।

 

Get real time updates directly on you device, subscribe now.