ରାଷ୍ଟ୍ରୀୟ ମହିଳା ଆୟୋଗର ନୂଆ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଲେ ବିଜୟା କିଶୋର ରହାଟକର

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ)ର ନୂଆ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି ବିଜୟା କିଶୋର ରହାଟକର । ରେଖା ଶର୍ମାଙ୍କ ସ୍ଥାନରେ ବିଜୟୀ ଏହି ଦାୟିତ୍ୱ ସମ୍ଭାଳିବେ । ଏହି ସମ୍ବନ୍ଧରେ କେନ୍ଦ୍ର ସରକାର ଏକ ଅଧିସୂଚନା ଜାରି କରିଛନ୍ତି । ରାଷ୍ଟ୍ରୀୟ ମହିଳା ଆୟୋଗ ଅଧିନିୟମ, ୧୯୯୦ର ଧାରା ୩ ଅନୁସାରେ ବିଜୟୀ ୩ ବର୍ଷ ଅବଧି ବା ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦରେ ରହିବେ । ବିଜୟାଙ୍କ ନିଯୁକ୍ତି ସହିତ କେନ୍ଦ୍ର ସରକାର ଏନସିଡବ୍ଲ୍ୟୁରେ ନୂଆ ସଦସ୍ୟଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅଫିସିଆଲ ଅଧିସୂଚନା ମୁତାବକ, ଡା. ଅର୍ଚନା ମଜୁମଦାର ୩ ବର୍ଷ କାର୍ଯ୍ୟକାଳ ପାଇଁ ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ବିଜୟା ଏବେ ବିଜେପିର ରାଷ୍ଟ୍ରୀୟ ସଚିବ ଓ ରାଜସ୍ଥାନର ସହ-ପ୍ରଭାରୀ ଭାବେ କାର୍ଯ୍ୟ କରୁଛନ୍ତି । ଗତ ଏକ ଦଶନ୍ଧି ଧରି ବିଜୟା ଭାଜପାର ସଂଗଠନରେ ପ୍ରମୁଖ ପଦରେ ରହିଆସିଥିଲେ । ଏବେ ଦଳ ତାଙ୍କୁ ଏକ ବଡ଼ ଦାୟିତବ ଦେଇଛି । ୨୦୧୬-୨୧ ପର୍ଯ୍ୟନ୍ତ ବିଜୟୀ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଦାୟିତ୍ୱରେ ରହିଥିଲେ । ୨୦୦୭ରୁ ୨୦୧୦ ପର୍ଯ୍ୟନ୍ତ ସେ ଛତ୍ରପତି ସମ୍ଭାଜୀ ନଗରର ମେୟର ରହିଥିଲେ ।

Get real time updates directly on you device, subscribe now.