ଉତ୍ତରପ୍ରଦେଶ: ଆଗରେ ଭାଙ୍ଗିଯାଇଥିଲା ଟ୍ରେନ୍ ଟ୍ରାକ୍, ଆସୁଥିଲା ଟ୍ରେନ୍, ଆଉ ଟିକିଏ ଡେରି ହୋଇଥିଲେ ଘଟିଥାନ୍ତା ବଡ଼ ଦୁର୍ଘଟଣା… କେମିତି ଦୁର୍ଘଟଣାରୁ ବଞ୍ଚାଇବେ ଯାତ୍ରୀଙ୍କୁ । ଆଉ ଏହି ସମୟରେ ଆସିଥିଲା ଏକ ଯୋଜନା ନିଜ ଶାଢ଼ୀକୁ ଟାଙ୍ଗି ଟ୍ରେନ ଅଟକାଇବାରେ ସମର୍ଥ ହୋଇଥିଲେ ବୃଦ୍ଧା । ୭୦ ବର୍ଷିୟା ଜଣେ ବୃଦ୍ଧା ମହିଳା ଏଭଳି କରି ଏବେ ଚର୍ଚ୍ଚାରେ । ନିଜ ବୁଦ୍ଧି ଖଟାଇ ଅଟକାଇ ଦେଲେ ଟ୍ରେନ ଆକ୍ସିଡେଣ୍ଟ ।
ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳ ୮ଟାରେ ଏହି ଘଟଣା ଘଟିଥିଲା । ଏଟା-ଜାଲେସର-ତୁଣ୍ଡଲା ଯାତ୍ରୀବାହୀ ଟ୍ରେନ୍ ଏଟା ଠାରୁ ତୁଣ୍ଡଲା ଅଭିମୁଖେ ଯାଉଥିଲା । ହେଲେ କୁଶୱା ଗ୍ରାମରେ ଟ୍ରାକ ଭାଙ୍ଗି ଯାଇଥିଲା । ଗୁଲାରିଆ ଗାଁର ବାସିନ୍ଦା ଓମବତୀ ସେହି ରାସ୍ତା ଦେଇ କ୍ଷତକୁ ଯାଉଥିବା ବେଳେ ଟ୍ରାକ୍ ଫାଟିଥିବା ଦେଖିବା ପରେ ଟ୍ରେନ ଅଟକାଇଥିଲେ ଏବଂ ବଡ଼ ଦୁର୍ଘଟଣାରୁ ଶହ ଶହ ଲୋକଙ୍କ ରକ୍ଷା କରିଥିଲେ । ଆଉ ଯାହାକୁ ନେଇ ସାରା ଦେଶରେ ଏ ଖବର ଏବେ ଚର୍ଚ୍ଚାରେ ରହଛି । ଯାହାକୁ ନେଇ ସମସ୍ତେ ଓମବତୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଦେଖନ୍ତୁ ଭିଡିଓ…