fbpx

କେତେ କୋଟିର ମାଲିକାଣୀ ରେସଲର ବିନେଶ ଫୋଗାଟ, ଦରମାଠାରୁ ସଂପତ୍ତି ପର୍ଯ୍ୟନ୍ତ ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ବିନେଶ ଫୋଗାଟ ଗତ କିଛି ଦିନ ହେବ ହରିୟାଣା ନିର୍ବାଚନ ପାଇଁ ଚର୍ଚ୍ଚାରେ ଥିଲେ। ପୂର୍ବତନ ଭାରତୀୟ ରେସଲର ହରିୟାଣାର ଜୁଲାନା ବିଧାନସଭା କ୍ଷେତ୍ରରେ ବିଜେପି ନେତା ଯୋଗେଶ କୁମାରଙ୍କ ବିପକ୍ଷରେ ୬୦୦୦ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି।

ଭିନେଶ ଫୋଗାଟଙ୍କର ସମୁଦାୟ ସଂପତ୍ତିର ତାଲିକା ହରିୟାଣା ନିର୍ବାଚନ ସମୟରେ ଆସିଥିଲା। ଏଥିରେ ତାଙ୍କର ସଂପତ୍ତି ୩ କୋଟିରୁ ଅଧିକ ବୋଲି କୁହାଯାଉଥିଲା। ହେଲେ ନୂଆ ମିଡିଆ ରିପୋର୍ଟରେ ଭିନେଶଙ୍କ ସଂପତ୍ତିକୁ ନେଇ ସୂଚନା ସାମ୍ନାକୁ ଆସିଛି।

ଭିନେଶ ସୂଚନା ଦେଇ କହିଛନ୍ତି, ତାଙ୍କ ପାଖରେ ୨.୨୫ କୋଟିର ଗହଣା, ୧.୯୫ ଲକ୍ଷ ଟଙ୍କା କ୍ୟାଶ ଏବଂ ହାରାହାରି ୪୦ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରେ ଅଛି। ଫୋଗାଟଙ୍କ ର ଖରଖୋଦା ଗାଁରେ ତାଙ୍କ ନାମରେ ଏକ ଘର ଥିଲା, ଯାହାର ମୂଲ୍ୟ ୨ କୋଟି ଟଙ୍କା ଅଟେ। ଫୋଗାଟଙ୍କ ପାଖେ ୩ଟି SUVs ଅଛି, ଯାହାର ମୂଲ୍ୟ ୬୪ ଲକ୍ଷ ଟଙ୍କା ଅଟେ। ଏଥିରେ ଭୋଲ୍ଭୋ ଏକ୍ସସି ୬୦, ହୁଣ୍ଡାଇ କ୍ରେଟା ଏବଂ ଏକ ଟୋୟଟା ଇନୋଭା ସାମିଲ ରହିଛି। ଏହା ବ୍ୟତୀତ ଏକ ଟିଭିଏସ ସ୍କୁଟି ମଧ୍ୟ ରହିଛି, ଯାହାର ମୂଲ୍ୟ ୪୦,୦୦୦ ଅଟେ।

ଫୋଗାଟଙ୍କୁ ମିନିଷ୍ଟ୍ରୀ ଅଫ ବୁଥ ଅଫେୟର ଆଣ୍ଡ ସ୍ପୋଟ୍ସରୁ ଦରମା ମିଳିଥାଏ। ଏଥିରେ ତାଙ୍କୁ ୫୦ ହଜାର ଟଙ୍କା ମିଳିଥାଏ। ଫୋଗାଟ ଆଣ୍ଡର୍ସମେଣ୍ଟ ଡିଲ ଜରିଆରେ ମଧ୍ୟ ଟଙ୍କ ରୋଜଗାର କରନ୍ତି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପରେ ତାଙ୍କର ଅଣ୍ଡୋର୍ସମେଣ୍ଟ ପିସ ବଢି ଛି ଏବଂ ବ୍ରାଣ୍ଡରୁ ୭୫ ଲକ୍ଷ ଟଙ୍କା ଠାରୁ ନେଇ ୧ କୋଟି ଟଙ୍କା ଡିଲ ହୋଇଥାଏ।

Get real time updates directly on you device, subscribe now.