fbpx

ପାଣିପାଗର ପରିବର୍ତ୍ତନ ହେତୁ ଆପଣ ଜ୍ୱର ଅନୁଭବ କରୁଛନ୍ତି କି ? ତେବେ ଆପଣାନ୍ତୁ କିଛି ଘରୋଇ ଉପଚାର

ଆଜିକାଲିର ଲୋକମାନେ ସାମାନ୍ୟ ଥଣ୍ଡା ହେଉ କିମ୍ବା ଜ୍ୱର ସବୁବେଳେ ମେଡ଼ିସିନ ଖାଇଥାନ୍ତି । ଆମର ମୁଣ୍ଡ ବିନ୍ଧୁଥିବା ସମୟରେ ମଧ୍ୟ ଆମେ ହଠାତ୍‌ ମେଡିସିନ୍‌ ଖାଇଦେଉଛେ । କିନ୍ତୁ ଆପଣ ଜାଣନ୍ତି କି ପ୍ରତେକ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ବାରମ୍ବାର ମେଡିସିନ୍‌ ଖାଇବା ଆପଣଙ୍କ ଶରୀରକୁ କେତେ କ୍ଷତି ପହଞ୍ଚାଇବ । ଏଥି ସହିତ, ଅନେକ ଥର ଆମେ ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ୍‌ ଖାଇଥାନ୍ତି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।

ଯଦି ଆପଣ ସାମାନ୍ୟ ଶରୀର ଯନ୍ତ୍ରଣା ଅନୁଭବ କରୁଛନ୍ତି, କିମ୍ବା ପାଣିପାଗର ପରିବର୍ତ୍ତନ ହେତୁ ଆପଣ ଜ୍ୱର ଅନୁଭବ କରୁଛନ୍ତି, ତେବେ କିଛି ଘରୋଇ ଉପଚାର ଦ୍ୱାରା ମଧ୍ୟ ଆପଣଙ୍କୁ ତୁରନ୍ତ ଆରାମ ମିଳିପାରିବ । ତେବେ ଆସନ୍ତୁ ସେହି ଘରୋଇ ଉପଚାର ଗୁଡିକ ବିଷୟରେ ଜାଣିବା ।

ମୁଣ୍ଡବିନ୍ଧା ସମସ୍ୟା ହେଉଥିଲେ କ’ଣ କରିବା ଉଚିତ୍‌ :

ଯଦି ଆପଣଙ୍କର ମୁଣ୍ଡବିନ୍ଧା ହେଉଛି, ତେବେ ଏହା ପଛର କାରଣ ଖୋଜନ୍ତୁ । ବେଳେବେଳେ ଖାଦ୍ୟ ନ ଖାଇବା ଦ୍ୱାରା ମୁଣ୍ଡବିନ୍ଧା ହୋଇପାରେ । ଏପରି ପରିସ୍ଥିତିରେ କିଛି ହେଲ୍‌ଦି ସ୍ନାକ୍ସ ନିଅନ୍ତୁ । ଏହା ବ୍ୟତୀତ ଶରୀରରେ ଜଳ ଅଭାବ ହେତୁ ମୁଣ୍ଡବିନ୍ଧା ହୋଇଥାଏ । ଏହା ଛଡା, ଅଧିକ ଟେନସନ ନେଉଥିଲେ ମଧ୍ୟ ଏହା ମୁଣ୍ଡବିନ୍ଧାର କାରଣ ହୋଇଥାଏ । ତେଣୁ ଆପଣ ଭଲ ନିଦ ଏବଂ ହେଲ୍‌ଦି ଖାଦ୍ୟ ଗ୍ରହଣ କରନ୍ତୁ । ଯଦି ଆପଣଙ୍କୁ ଥଣ୍ଡା ହେତୁ ମୁଣ୍ଡବନ୍ଧା ହେଉଛି, ତେବେ ଆପଣ ଅଦା ରସ, ମହୁ, ଲବଙ୍ଗର ଚା’ ଇତ୍ୟାଦି ପିଇପାରିବେ । ଏହା ସହ ଗରମ ହେତୁ ଯଦି ଆପଣଙ୍କର ମୁଣ୍ଡବିନ୍ଧା ହେଉଛି, ତେବେ ଏକ ଖୋଲା ଜାଗାରେ ବସି ଲେମ୍ବୁ ପାଣି ପିଅନ୍ତୁ । ଏହା ଆପଣଙ୍କ ଶରୀରକୁ ଅତ୍ୟନ୍ତ ଆରାମ ପ୍ରଦାନ କରିଥାଏ ।

ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି :

ଯଦି ଆପଣ ମାଂସପେଶୀର ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏଥିରୁ ମୁକ୍ତି ପାଇବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ତେଲ ମାଲିସ୍‌’ । ଯଦି ଥଣ୍ଡା ହେତୁ ଏପରି ହୋଇଥାଏ ତେବେ ସୋରିଷ ତେଲରେ ରସୁଣ ଫୁଟାଇ ମାଲିସ୍‌ କରିବା ଦ୍ୱାରା ଏହା ବହୁତ୍‌ ଆରାମ ଦେଇଥାଏ । ଥଣ୍ଡା ଏବଂ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

ପରିବର୍ତ୍ତିତ ପାଣିପାଗ ସମୟରେ ଥଣ୍ଡା ହେଲେ ଆମେ କ’ଣ କରିବା :
ସିଜିନ୍ ଚେଞ୍ଜ ସମୟରେ ଦେହ ଖରାପ ହେବା ଏକ ସାମାନ୍ୟ କଥା, ଯେମିତିକି ପାଣିପାଗର ପରିବର୍ତ୍ତନ ହେଲେ ଆମକୁ ଥଣ୍ଡା କିମ୍ବା ଜ୍ୱର ହୋଇଥାଏ । ଯେଉଁଥିପାଇଁ ଘରୋଇ ଉପଚାର ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ତଥାପି ଏହି ଲକ୍ଷଣଗୁଡିକୁ ଅଣଦେଖା କରିବା ଉଚିତ୍‌ ନୁହେଁ । ଏଭଳି ସ୍ୱାସ୍ଥ୍ୟ ସମସ୍ୟାରୁ ତୁରନ୍ତ ଆରାମ ପାଇବା ପାଇଁ ଆମକୁ ତୁଳସୀର କାଢ଼ା ପିଇବା ଉଚିତ । ଏହା ବ୍ୟତୀତ ଟମାଟୋ କିମ୍ବା ମିକ୍ସ ଭେଜ୍‌ ସୁପ୍‌ ବନାଇ ଏହାକୁ ଉଷୁମ ପିଅନ୍ତୁ ଯାହା ଦ୍ୱାରା ଶରୀରକୁ ଆରାମ ମିଳିଥାଏ । ଏହା ସହ, କ୍ଷୀରରେ ହଳଦି ମିଶାଇ ପିିଇବା ଦ୍ୱାରା ମୁଣ୍ଡବିନ୍ଧା, ଜ୍ୱର ଏବଂ ଶରୀର ଯନ୍ତ୍ରଣା ଭଳି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବା ସହ ଋତୁ ପରିବର୍ତ୍ତନ ସମୟରେ ହେଉଥିବା ରୋଗରୁ ମଧ୍ୟ ରକ୍ଷା ପାଇପାରିବେ ।

Get real time updates directly on you device, subscribe now.