(Video) ଅଣ୍ଟାରେ ଖଟିଆ ବାନ୍ଧି ଚାଲିଛି ଧାନ ରୁଆ, ଯିଏ ଦେଖୁଛି ସିଏ ମୁଣ୍ଡରେ ହାତ ଦେଉଛି

ଫେମସ ନିଶାରେ କିଛି ବି କରିପାରୁଛନ୍ତି ଆଜିର ଯୁବପିଢ଼ି । କ୍ୟାମେରା ଅନ୍ କରି ଚାଲିଛି ଧାନ ରୁଆ ।

ଓଡ଼ିଶା ଭାସ୍କର: ରିଲ୍ସ ନିଶାରେ ଆଜିର ଯୁବପିଢ଼ି ପାଗଳ । ଯାହାକୁ ଦେଖିବ ସେ ରିଲ୍ସ କରି ଭିଡିଓ ଛାଡ଼ୁଛି । ରିଲ୍ସ, ସର୍ଟ ଭିଡିଓ ଜରିଆରେ ଫେମସ ହେବାର ନିଶା ଏବେ ସମସ୍ତଙ୍କୁ ଘାରିଛି ।

ଯାହା ପାଇଁ ସୋସିଆଲ ମିଡିଆରେ ଆଜି ଅନେକ ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ଖଟିଆରେ ବସି ଧାନ ରୋଉଛନ୍ତି । ଯୁବକ ଜଣକ ଖଟିଆଟିକୁ ନିଜ ଅଣ୍ଟାରେ ବାନ୍ଧି ଦେଇଛନ୍ତି । କିଛି ସମୟ ଧାନ ରୋଇବା ପରେ ଖଟିଆ ସାହାଯ୍ୟରେ ବିଶ୍ରାମ ନେଉଛନ୍ତି ।

ଖାଲି ଏତିକି ନୁହେଁ, ମୁରଡରେ ଧାନ ଚାରାର ଏକ ବିଡ଼ା ଯୁବକ ଜଣକ ରଖିଥିବା ଦେଖିବାକୁ ମିଳିଛି ।

ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୮୦ ହଜାରରୁ ଅଧିକ ଲୋକ ଦେଖିସାରିଥିବାବେଳେ ଶହେରୁ ଅଧିକ ଲୋକ ଏହାକୁ ଶେୟାର କରିଛନ୍ତି ।

ଅନେକ ସୋସିଆଲ ମିଡିଆ ୟୁଜର୍ସ ଭିଡିଓକୁ ଦେଖିବା ପରେ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି ।