fbpx

(video): ହୋଟେଲରେ ଶୋଇକି ଉଠିଲେ, ସାମ୍ନାରେ ଠିଆ ହୋଇଥିଲା ସିଂହ, ଲୋକେ କହିଲେ ଏମିତି ବ୍ୟକ୍ତିକୁ ଶହେ ସଲାମ, ଦେଖନ୍ତୁ ଭିଡିଓ

ଓଡିଶା ଭାସ୍କର: ଭାବନ୍ତୁ, ଗୋଟିଏ ହୋଟେଲରେ ଆପଣ ଶୋଇଛନ୍ତି । ସକାଳୁ ସକାଳୁ ଉଠି ଆପଣଙ୍କ ସାମ୍ନାରେ ସିଂହ ଓ ସିଂଘୁଣୀ ଠିଆ ହୋଇଛନ୍ତି । ଏମିତି ସମୟରେ ନିଶ୍ଚୟ ଭୟରେ ଆପଣଙ୍କ ହୋସ ଉଡି ଯିବ । କେତେ ଲୋକଙ୍କୁ ହୃଦଘାତ ବି ଆସିପାରେ ! ମାତ୍ର ନିକଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆମେ କହୁଥିବା କଥାର ପ୍ରତିଫଳନ ଦେଖିବାକୁ ମିଳୁଛି ।

ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି ଏମିତି ଏକ ହୋଟେଲର ରୁମରେ ଶୋଇଛନ୍ତି । ଯାହା କାଚରେ ତିଆରି ହୋଇଛି । କାଚରେ ହୋଟେଲର କବାଟ ବି ତିଆରି ହୋଇଛି । ତାହାର ବିପରୀତ ପାଶ୍ୱର୍ରେ ଘଞ୍ଚ ଜଙ୍ଗଲ ରହିଛି । ବ୍ୟକ୍ତି ଜଣକ ଶୋଇକି ଉଠି ଦେଖୁଛନ୍ତି କବାଟର ଅନ୍ୟପଟେ ସିଂହ ଗର୍ଜନ କରୁଛି ଓ ତାହା ପାଖରେ ସିଂଘୁଣୀ ମଧ୍ୟ ରହିଛି । ଏହା ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହେବା ଥୟ ।

ଏକ୍ସ ( ଫୂର୍ବର ଟ୍ୱିଟର ) ଆକାଉଣ୍ଟ @AMAZINGNATURE ରେ ପ୍ରାୟତଃ ଜୀବଜନ୍ତୁଙ୍କୁ ନେଇ ରୋଚକ ଭିଡିଓ ସେୟାର କରାଯାଏ । ଏହି ଭିଢିଓଟି ମଧ୍ୟ ନିକଟରେ ଏହି ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ଓ ମଜା ବି ନେଉଛନ୍ତି । ଭାଇରାଲ ହୋଇଥିବା ଏହି ଭିଡିଓକୁ ପ୍ରାୟ ୭ ଲକ୍ଷ ଲୋକ ଦେଖି ସାରିଛନ୍ତି ଓ ଅନେକ ଲୋକ ପ୍ରତିକ୍ରିୟା ବି ଦେଉଛନ୍ତି । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ, ସେ କେବେ ବି ଏମିତି ସ୍ଥାନରେ ଶୋଇ ପାରିବେ ନାହିଁ । ଆଉ ଜଣେ ୟୁଜର୍ସ କହିଛନ୍ତି ଯେ ସିଂହ ତା ଖାଦ୍ୟ ବା ଶିକାରର ଅପେକ୍ଷାରେ ।

Get real time updates directly on you device, subscribe now.