fbpx

(Video)ଦେଖିବା ମାତ୍ରେ ହିଁ ହୋସ୍ ଉଡିଯିବ, King Cobraକୁ ନିଜ ହାତରେ ଗାଧେଇ ଦେଉଛନ୍ତି ଏହି ବ୍ୟକ୍ତି

ଓଡିଶା ଭାସ୍କର; ସାପ ଏଭଳି ଏକ ଜୀବ ଯାହାକୁ ସମସ୍ତେ ଭୟ କରନ୍ତି । ସାପକୁ ଦେଖିବା ମାତ୍ରେ ହିଁ କିଛି ଲୋକଙ୍କର ହୋସ ଉଡିଯାଇଥାଏ । ସେହିପରି କିଛି ଲୋକ ଅଛନ୍ତି ଯେଉଁମାନେ ସାପ ରହୁଥିବା ସ୍ଥାନକୁ ବି ଯିବାକୁ ଭୟ କରନ୍ତି । କିନ୍ତୁ ଜଣେ ବ୍ୟକ୍ତି ଯିଏକି ସାପକୁ ଭୟ କରିବା ତ ଦୂରର କଥା, ସେ ସାପକୁ ବାଥରୁମରେ ଗାଧେଇ ଦେଉଛନ୍ତି । ସେ କୌଣସି ମାମୁଲି ସାପକୁ ଗାଧେଇ ଦେଉନାହାନ୍ତି ବରଂ ସବୁଠାରୁ ମାରାତ୍ମକ ଓ ବିଷାକ୍ତ ସାପ କିଙ୍ଗ କୋବ୍ରା(ଅହିରାଜ)କୁ ନିଜ ହାତରେ ଗାଧେଇ ଦେଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓଟିକୁ ସୁଶାନ୍ତ ନନ୍ଦ ନାମକ ଜଣେ ଭାରତୀୟ ବନ ସେବା ଅଧିକାରୀ ନିଜର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି କ୍ଲିପ୍‌ରେ ଜଣେ ବ୍ୟକ୍ତି କିଙ୍ଗ କୋବ୍ରା ସାପ ସହିତ ବାଥରୁମରେ ଅଛନ୍ତି । ଆଉ ଏହି ଭିଡିଓରେ ଥିବା ଉକ୍ତ ବ୍ୟକ୍ତି ଜଣଙ୍କ ନିଜ ହାତରେ ସାପଟିକୁ ଗାଧେଇ ଦେଉଛନ୍ତି । ମଗରେ ପାଣି ନେଇ ବ୍ୟକ୍ତି ଜଣଙ୍କ ଧୀରେ ଧୀରେ ସାପ ଉପରେ ଢାଳି ଦେଉଛନ୍ତି ଓ ତାକୁ ଘଷିଘାଷି ଗାଧେଇ ଦେଉଛନ୍ତି । ସାପଟି ମଝିରେ ମଝିରେ ଚୋଟ ମାରିବାକୁ ମଧ୍ୟ ପ୍ରୟାସ କରୁଛି । ଏହା ସହ ବ୍ୟକ୍ତି ଜଣକ ପାଣି ଢାଳୁଥିବା ମଗକୁ ସାପଟି କାମୁଡିଥିବା ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ ଭିଡିଓରେ ଥିବା ସେହି ବ୍ୟକ୍ତି ଜଣଙ୍କ ଆଦୌ ଭୟଭୀତ ନ ହୋଇ ସାପଟିକୁ ଗାଧେଇ ଦେବାରେ ଲାଗିପଡିଛନ୍ତି ।

ସୂଚନା ଥାଉକି, ଆଇଏଫଏସ୍ ସୁଶାନ୍ତ ନନ୍ଦ ଏହି କ୍ଲିପଟିକୁ ନିଜ “ଏକ୍ସ”(ପୂର୍ବରୁ ଟୁଇଟର) ସେୟାର କରିଛନ୍ତି । ଏଥିରେ ସେ ଆଶ୍ଚର୍ୟ୍ୟ ହୋଇ ଲେଖିଛନ୍ତି, “ଏକ କିଙ୍ଗ କୋବ୍ରାକୁ ଗାଧେଇ ଦେଉଛନ୍ତି! ସାପର ସୁରକ୍ଷା ଓ ପରିଷ୍କାର ପାଇଁ ଚର୍ମ ଥାଏ, ଯେଉଁ ଆସ୍ଥରଣକୁ ସେମାନେ ସମୟାନୁକ୍ରମେ ବଦଳାଇଥା’ନ୍ତି । ତେଣୁ ନିଆଁ(ସାପ) ସହ ଖେଳିବାର କ’ଣ ଆବଶ୍ୟକତା ରହିଛି? ତେବେ ଅକ୍ଟୋବର ୧୭ ତାରିଖରେ ସେ ସେୟାର କରିଥିବା ଏହି ପୋଷ୍ଟଟି ସୋସିଆଲ ମିଡ଼ିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଜଣ ପୋଷ୍ଟଟିକୁ ଲାଇକ୍, ସେୟାର ଓ କମେଣ୍ଟ ଦେଉଥିବା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.