(Video) ତୁ କେବଳ ମୋର… ବେଦୀରୁ ପ୍ରେମିକାକୁ ଭିଡି ଆଣି ମଥାରେ ସିନ୍ଦୁର ଦେଲା ପ୍ରେମିକ, ତାପରେ…
ପ୍ରେମିକା ମଥାରେ ସିନ୍ଦୁର ଦେଇ ଟେକି ନେଲା ପ୍ରେମିକ
ନୂଆଦିଲ୍ଲୀ: ପ୍ରେମ ଆଗରେ ନାହିଁ ଡର ଭୟ। ଫିଲ୍ମ ନୁହେଁ ରିୟଲରେ ହିରୋ ପାଲଟି ବାହା ବେଦୀରୁ ପ୍ରେମିକାକୁ ନେଇଗଲା ପ୍ରେମିକ। ଖାଲି ଏତିରେ କଥା ସରିଲାଣି। ଘର ଲୋକଙ୍କ ଆଗରେ ପ୍ରେମିକା ମଥାରେ ସିନ୍ଦୁର ଦେଇ ଟେକି ନେଲା ପ୍ରେମିକ।
ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, କିନ୍ତୁ ଏବେ ସାମ୍ନାକୁ ଆସିଥିବା ଭିଡିଓଟି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ପ୍ରକୃତରେ, ଭାଇରାଲ ଭିଡିଓରେ, ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କ ସହିତ ତାଙ୍କ ବିବାହ ମଣ୍ଡପରୁ ଫିଲ୍ମ ଷ୍ଟାଇଲରେ ଯାଉଥିବାର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ପୁଅଟି ମଣ୍ଡପରେ ହିଁ ଝିଅର ମଥାରେ ସିନ୍ଦୁର ଦେଇଛି ।
View this post on Instagram
ଆଉ ପ୍ରେମିକା କାନ୍ଦି କାନ୍ଦି ପ୍ରେମିକା ପ୍ରେମିକକୁ ଚାପୁଡ଼ି ଥରିଥିବା ମଧ୍ୟ ଦେଖିବାକୁ ମିଳିଛି। ଘଟଣା କୌଣସି ଫିଲ୍ମ ସିନ୍ ଠାରୁ ମଧ୍ୟ କମ୍ ନଥିଲା।
ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି ଏହି ଭିଡିଓ। ଯେଉଁଠାରେ କିଛି ଲୋକ ଏହାକୁ ପ୍ରକୃତ ପ୍ରେମ କହୁଥିବା ବେଳେ କିଛି ଲୋକ ଏହାକୁ ସମାଲୋଚନା କରିଛନ୍ତି।
ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଆକାଉଣ୍ଟରୁ ସେୟାର କରାଯାଇଛି। ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଥର ଦେଖାଯାଇଛି ଏବଂ ୩ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି।
ଭିଡିଓରେ ଥିବା ଲେଖାରେ ୟୁଜର ଲେଖିଛନ୍ତି, ଏହା କୌଣସି ଫିଲ୍ମ ଦୃଶ୍ୟ ନୁହେଁ, ବରଂ ପ୍ରକୃତ ପ୍ରେମ।