fbpx

(Video) ଚଳନ୍ତା ଟ୍ରେନରେ ଭୟଙ୍କର ଷ୍ଟଣ୍ଟ ମାରିଲେ ବୃଦ୍ଧ, ଭିଡିଓ ଦେଖି ଲୋକେ କହିଲେ- ଇଏ ତାଙ୍କ ଯବାନୀ ବେଳେ..

ନୂଆଦିଲ୍ଲୀ: ଭୟଙ୍କର ଷ୍ଟଣ୍ଟ କରି ଭିଡିଓ କରିବା ଏବଂ ଏହାକୁ ସୋସିଆଲ ମିଡିଆରେ ସେୟାର କରି ଲାଇକ୍ସ/ ଫଲୋର୍ସ ବଢାଇବା ପାଇଁ ଯୁବକଙ୍କ ଜୀବନ ଯାଇପାରେ। ମୁମ୍ବାଇରେ ଆଜମ ଶେଖ ନାମକ ଜଣେ ଯୁବକ ଲୋକାଲ ଟ୍ରେନରେ ଷ୍ଟଣ୍ଟର ଭିଡିଓ ରେକର୍ଡ କରୁଥିଲା। ଗୋଟିଏ ଦିନ ଦୁର୍ଘଟଣାରେ ତାର ଗୋଟିଏ ହାତ ଚାଲିଯାଇଥିଲା। ବର୍ତ୍ତମାନ ପୋଲିସ ଏହାର ଭିଡିଓକୁ ଦେଖାଇ ଲୋକଙ୍କୁ ଷ୍ଟଣ୍ଟ ନ କରିବା ପାଇଁ ଅନୁରୋଧ କରିଥିଲେ, କିନ୍ତୁ ବର୍ତ୍ତମାନ ଆଉ ଗୋଟିଏ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କୌଣସି ଯୁବକ ନୁହେଁ ବରଂ ଜଣେ ବୃଦ୍ଧ ଚଳନ୍ତା ଟ୍ରେନରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବୃଦ୍ଧ ଟ୍ରେନର ଗେଟ ଉପରେ ଛିଡା ହୋଇଛି। ଟ୍ରେନ ସ୍ପିଡରେ ଚାଲୁଛି ହେଲେ ଏହାରି ମଧ୍ୟରେ ବୃଦ୍ଧ ଜଣକ ଫାଟକ ପାଖେ ଷ୍ଟଣ୍ଟ କରିବା ଆରମ୍ଭ କରିଛନ୍ତି। ଭିଡିଓରେ ବୃଦ୍ଧ ବ୍ୟକ୍ତି କେବେ ଚଳନ୍ତା ଟ୍ରେନର ହ୍ୟାନ୍‌ଡଲେକୁ ଧରି ଷ୍ଟଣ୍ଟ କରୁଛି ତ କେବେ ଟ୍ରେନ ତଳେ ଏବଂ କେତେବେଳେ ଝୁଲିକି ଷ୍ଟଣ୍ଟ କରୁଛନ୍ତି। ଏହି ସମୟରେ କିଏ ଜଣେ ଏହାକୁ ରେକର୍ଡ କରିଥିଲେ।

ବୃଦ୍ଧଙ୍କ ଷ୍ଟଣ୍ଟ ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଲୋକେ ଏହି କଥାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ, ଏପରି ଷ୍ଟଣ୍ଟ ଯୁବକମାନେ କରନ୍ତି, ହେଲେ ବୃଦ୍ଧ ଜଣକ ଭୟଙ୍କର ଷ୍ଟଣ୍ଟ କରୁଛନ୍ତି। ଭିଡିଓ ସେୟାର କରି ଲେଖିଛନ୍ତି ଯେ, ବର୍ତ୍ତମାନ ଏହି ବୃଦ୍ଧଙ୍କର ଏପରି ଅବସ୍ଥା ମାନେ ସେ ତାଙ୍କ ଯବାନୀ ସମୟରେ କିପରି ଷ୍ଟଣ୍ଟ କରୁଥିବେ। ଭିଡିଓକୁ ୫୫ ଲକ୍ଷରୁ ଅଧିକ ଲୋକେ ଦେଖିସାରିଛନ୍ତି।

Get real time updates directly on you device, subscribe now.