ମନର କଥା ଖୋଲି କହିଲେ ବିରାଟ, ଟେଷ୍ଟ ସିରିଜକୁ ନେଇ ଦେଲେ ବୟାନ…

କହୁ କହୁ କହିଦେଲେ ଏତେବଡ଼ କଥା, ବିରାଟ ନେବେ ଅବସର!

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆଉ ଏକ ଟେଷ୍ଟ ସିରିଜ୍ ଖେଳିପାରିବେ ନାହିଁ ଷ୍ଟାର ବ୍ୟାଟର ବିରାଟ କୋହଲି । ଏମିତି କିଛି ବ୍ୟଥିତ କଲାଭଳି ବିବୃତି ମିଡିଆ ଆଗରେ ରଖିଛନ୍ତି ବିରାଟ କୋହଲି ।

ସେ ଆଉ ମଧ୍ୟ କହିଛନ୍ତି, ଲଗାତର ମ୍ୟାଚରେ ତାଙ୍କ ପଦର୍ଶନ ନିରାଶା ଜନକ ରହିଛି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଯେତିକି କଷ୍ଟ ଦେଇଛି ତାଠାରୁ କାହିଁ କେତେଗୁଣାରେ ଅଧିକ ନିରାଶ ସେ ନିଜେ ଅଛନ୍ତି ବୋଲି କହିଛନ୍ତି । ମୋର ଏ ଭୁଲକୁ ସୁଧାରିବା ପାଇଁ ମୋ ପାଖରେ ସମୟ ବି ଆଉ ନାହିଁ ବୋଲି ସେ କହିଛନ୍ତି ।

୨୦୧୪ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କ ପାଖରେ ୨୦୧୮ରେ ସୁଯୋଗ ଆସିଥିଲା । କିନ୍ତୁ ଏବେ ତାଙ୍କ ପାଖରେ ସମୟ ନାହିଁ ବୋଲି ସେ କହିଛନ୍ତି । ଏମିତି କିଛି କହିଛନ୍ତି ବିରାଟ । ଯାହାକୁ ନେଇ କ୍ରିକେଟରୁ ଅବସର ନେବା କଥା ଏବେ ଚର୍ଚ୍ଚା ହେବାରେ ଲାଗିଛି ।

ଯଦି ଆମେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଉପରେ ନଜର ପକାଇବା ତେବେ ସେମି ଫାଇନାଲରେ ବିରାଟଙ୍କ ପ୍ରଦର୍ଶନ ଭଲ ଥିବାବେଳେ ଫାଇନାଲରେ କିନ୍ତୁ ସେ ସେତେ ଭଲ ଖେଳି ପାରି ନ ଥିଲେ । ତେବେ ବିରାଟ ଖେଳରୁ ଅବସର ନେବା ପତ୍ନୀ ଅନୁଷ୍କାଙ୍କ ସହ ଅଷ୍ଟ୍ରେଲିଆରେ ରହିବା କଥାକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହେଉଛି ।