(Video) କୁନି ପ୍ରଶଂସକଙ୍କ ଜିଦ୍ ଆଗରେ ହାର ମାନିଲେ ବିରାଟ, ଫଟୋ ମାଗି ସାଇନ୍ କଲେ
ଭାଇରାଲ ହେଉଛି ବିରାଟଙ୍କ କୁନି ପ୍ରଶଂସକଙ୍କ ଭିଡିଓ ।
ନୂଆଦିଲ୍ଲୀ: କେବଳ ପିଲାମାନେ ନୁହେଁ, ବୟସ୍କମାନେ ମଧ୍ୟ କିଙ୍ଗ କୋହଲିଙ୍କ ପ୍ରଶଂସକ । ତାଙ୍କର ପାଗଳାମି ସବୁ ବୟସର ପ୍ରଶଂସକଙ୍କ ମଧ୍ୟରେ ଦେଖାଯାଏ । ବିରାଟ କୋହଲିଙ୍କ ପାଇଁ ଜଣେ ଛୋଟ ପ୍ରଶଂସକ ମଧ୍ୟ ସମାନ ପାଗଳାମି ଦେଖାଇଥିଲେ ।
ଜଣେ ଛୋଟ ପିଲାର ସ୍ୱପ୍ନ ବାସ୍ତବରେ ପରିଣତ ହେଲା ଯେତେବେଳେ ବିରାଟ କୋହଲି ତାଙ୍କ କଠିନ ପରିଶ୍ରମକୁ ଦେଖି ତାଙ୍କ ଦ୍ୱାରା ତିଆରି ହୋଇଥିବା ପୋର୍ଟିଟରେ ସିଗନେଚର କରିଥିଲେ । ଏହି ହୃଦୟସ୍ପର୍ଶୀ ମୁହୂର୍ତ୍ତଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅବଦୁଲ ହସିବ ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓଟି ମାତ୍ର 24 ଘଣ୍ଟା ମଧ୍ୟରେ 18 ନିୟୁତରୁ ଅଧିକ ଭ୍ୟୁ ପାଇଛି । ଭିଡିଓରେ, ଗୋଟିଏ ଛୋଟ ପିଲା ହାତରେ ବିରାଟ କୋହଲିଙ୍କ ଫଟୋଗ୍ରାଫ ଧରି ଠିଆ ହୋଇଥିବାର ଦେଖିବାକୁ ମିଳୁଛି । କେବଳ ଏକ ସୁଯୋଗ ଅପେକ୍ଷାରେ । କୋହଲି ପୋର୍ଟିଟ ଅର୍ଡର କରି ସ୍ବାକ୍ଷର କରି ଫେରାଇଥିବା ଦେଖାଯାଇଛି । ଏହାଦ୍ବାରା ଛୁଆର ଦୃଢ ମନୋଭାବ ସଫଳ ହୋଇଛି ।
ତେବେ ଅଟୋଗ୍ରାଫ ମିଳିବା ପରେ ଛୋଟଛୁଆ ଜଣକ ଖୁସି ହୋଇଯାଇଥିଲେ । ତେବେ ଏହି ଭିଡିଓ ପରେ ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଏହି ସମୟକୁ ଛୁଆଟି ଜୀବନସାରା ମନେ ରଖିବ ବୋଲି କହିଛନ୍ତି ।
View this post on Instagram