fbpx

ବିରାଟ ହେଲେ ଟ୍ରୋଲ୍, ୟୁଜର କହିଲେ- ‘ଦଳକୁ ରାହାଣେ ସମ୍ଭାଳି ନେବେ, ଆପଣ ଛୁଟି ବଢାନ୍ତୁ’

Advertisement

ନୂଆଦିଲ୍ଲୀ,୨୯ ।୧୨: ମେଲବର୍ଣ୍ଣ ଟେଷ୍ଟରେ ଭାରତ ଯେପରି ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଲା, ଭାରତୀୟ ଟିମର ପ୍ରଶଂସକମାନେ ନିଜ ନିଜ ଅନ୍ଦାଜରେ ଉତ୍ସବ ମନାଇଲେ । ସୋସିଆଲ ମିଡିଆରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କଠୁ ଆରମ୍ଭ କରି ସମସ୍ତେ ଏହି ଐତିହାସିକ ବିଜୟରେ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପିତୃତ୍ୱ ଅବକାଶ ନେଇ ଛୁଟିରେ ଥିବା ବିରାଟଙ୍କ ବଦଳରେ ନେତୃତ୍ୱ ନେଇଥିବା ଆଜିଙ୍କ୍ୟ ରାହାଣେଙ୍କୁ ମଧ୍ୟ ଶୁଭେଚ୍ଛାର ସୂଅ ଛୁଟିଛି । କିନ୍ତୁ ଫ୍ୟାନ୍ସମାନେ ଭାରତୀୟ ଦଳକୁ ପ୍ରଶଂସା କରିବା ସହ ବିରାଟଙ୍କୁ ଟ୍ରୋଲ କରିଛନ୍ତି ।

ମ୍ୟାଚ୍ ଜିତିବା ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟ୍ୱିଟରରେ ଲେଖିଛନ୍ତି ଯେ, ‘ଏହା ଏକ ଦମଦାର ବିଜୟ । ଦଳର ସମସ୍ତ ଖେଳାଳି ଭଲ ପ୍ରୟାସ କରିଥିଲେ । ରାହାଣେଙ୍କ ପାଇଁ ଏହାଠୁ ବଡ ଖୁସି ଆଉ କିଛି ନହୋଇପାରେ । ତାଙ୍କ ନେତୃତ୍ୱରେ ଦଳ ଆହୁରି ଭଲ କରିବ ।’

କିନ୍ତୁ ବିରାଟଙ୍କ ଏହି ଟ୍ୱିଟ୍ ପରେ ସମାଲୋଚକମାନେ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । କିଛି ୟୁଜର କହିଛନ୍ତି ଯେ, ବିରାଟ ଆହୁରି କିଛି ଦିନ ଛୁଟି ନେଇଯାଆନ୍ତୁ । ସେହିପରି ଆଉ ଜଣେ ଲେଖିଛନ୍ତି ଯେ, ବିରାଟ ନବଜାତକ ଶିଶୁର ଧ୍ୟାନ ରଖନ୍ତୁ, ଦଳକୁ ରାହାଣେ ସମ୍ଭାଳି ନେବେ ।

Get real time updates directly on you device, subscribe now.