ଗାବା ଟେଷ୍ଟରେ ବିରାଟ କୋହଲିଙ୍କ ‘ଶତକ’ ସୁନିଶ୍ଚିତ! ଅଷ୍ଟ୍ରେଲିଆ ବିପକ୍ଷରେ କରିବେ ବଡ଼ କମାଲ

ନୂଆଦିଲ୍ଲୀ: ବିରାଟ କୋହଲି ପର୍ଥରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଟେଷ୍ଟରେ ଦମଦାର ଶତକ ଲଗାଇଥିଲେ। ଏହାପରେ ଏଡିଲେଡରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ଟେଷ୍ଟରେ କୋହଲି ଭଲ ପ୍ରଦର୍ଶନ କରିପାରିନଥିଲେ। ଏଡିଲେଡ ଟେଷ୍ଟର ଦୁଇଟି ଇଂନିସରେ କୋହଲି କ୍ରମଶଃ ୦୭ ଏବଂ ୧୧ ରନ ସ୍କୋର କରିଥିଲେ। ବର୍ତ୍ତମାନ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ବ୍ରିସବେନର ଗାବାରେ ଖେଳାଯିବ, ଯେଉଁଥିରେ ବିରାଟ କୋହଲିଙ୍କ ‘ଶତକ’ ସୁନିଶ୍ଚିତ ବୋଲି କୁହାଯାଉଛି।

ବିରାଟଙ୍କ ଶହେ ମାରିବା କଥା ଏଥିପାଇଁ ବିଶ୍ୱାସର ସହ କୁହାଯାଉଛି ଯେ, କାରଣ ଭାରତୀୟ ଷ୍ଟାର ଗାବାରେ ଖେଳାଯିବାକୁ ଥିବା ଟେଷ୍ଟ ଜରିଆରେ ଅଷ୍ଟ୍ରେଲିଆର ବିପକ୍ଷ ୧୦୦ତମ ଅନ୍ତର୍ଜାତୀୟ ମୁକାବିଲା ଖେଳିବା ଲାଗି ମଇଦାନକୁ ଓହ୍ଲାଇବେ। ଏପର୍ଯ୍ୟନ୍ତ କିଙ୍ଗ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୯୯ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି। ଏଥିପାଇଁ କୋହଲିଙ୍କ ଗାବା ଟେଷ୍ଟରେ ଶତକ ସୁନିଶ୍ଚିତ।

କୋହଲି ଏପର୍ଯ୍ୟନ୍ତ ନିଜ ଅନ୍ତର୍ଜାତୀୟ କ୍ୟାରିୟରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୭ ଟେଷ୍ଟ, ୪୯ ୱନଡେ ଏବଂ ୨୩ ଟି୨୦ ଇଣ୍ଟରନେସନାଲ ମୁକାବିଲା ଖେଳି ସାରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟର ୪୮ଟି ଇଂନିସରେ କୋହଲି ୪୭.୦୬ର ୨୧୬୫ ରନ୍ ସଂଗ୍ରହ କରିସାରିଛନ୍ତି। ଏହି ସମୟରେ ତାଙ୍କ ବ୍ୟାଟିଂରେ ୯ଟି ଶତକ ଏବଂ ୫ଟି ଅର୍ଦ୍ଧଶତକ ହାସଲ ହୋଇପାରିଛି।

ଏହା ବ୍ୟତୀତ ଅଷ୍ଟ୍ରେଲିଆ ବିପକ୍ଷରେ ୱାନଡେର ୪୭ଟି ଇଂନିସରେ କୋହଲି ୫୩.୭୯ ରନ କରି ୨୩୬୭ ରନ୍ କରିଛନ୍ତି। ଏହି ସମୟରେ ୮ ଶତକ ଏବଂ ୧୪ ଅର୍ଦ୍ଧଶତକ କରିଛନ୍ତି। ବାକି ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ଇଣ୍ଟରନେସନାଲର ୨୨ ଇଂନିସରେ କିଙ୍ଗ କୋହଲି ୪୯.୬୨ ଏବଂ ୧୪୨.୫୪ର ଷ୍ଟ୍ରାଇକ ରେଟରେ ୭୯୪ ରନ କରିଛନ୍ତି। ଏହି ସମୟରେ ସେ ୮ ଅର୍ଦ୍ଧଶତକ କରିଛନ୍ତି।