fbpx

ଗିରଫ ପରେ ହେଲା ଖୁଲାସା: ଅଫଜଲ ନାଁରେ ଫୋନ କଲ୍ ରେ ଅମ୍ବାନୀଙ୍କୁ ଦେଇଥିଲା ଧମକ

ମୁମ୍ବାଇ: ରିଲାଏନ୍ସ ଗ୍ରୁପ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ କଲ୍ କରି ହତ୍ୟା ଧମକ ଦେଇଥିବା ୫୬ ବର୍ଷୀୟ ବିଷ୍ଣୁ ବିଭୁ ଭୌମିକଙ୍କୁ ପୋଲିସ ଧରିଛି । ଏହି ବ୍ୟକ୍ତିଜଣକ ପେଷାରେ ଜଣେ ବଣିଆ, ତାଙ୍କର ଦକ୍ଷିଣ ମୁମ୍ବାଇରେ ଏକ ଦୋକାନ ମଧ୍ୟ ରହିଛି । ରିପୋର୍ଟ ଅନୂଯାୟୀ ଏହି ବ୍ୟକ୍ତିଜଣକ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଫୋନ୍ କରିବା ସମୟରେ ନିଜ ନାମ ଅଫଜଲ କହିଥିଲା ।

ରିପୋର୍ଟ ଅନୂଯାୟୀ, ଏହି ବ୍ୟକ୍ତି ଦହିସାରର, ସେ ସୋମବାର ସକାଳ ୧୦:୩୯ ରୁ ଦିନ ୧୨ ମଧ୍ୟରେ ଥରେ କିମ୍ବା ଦୁଇ ଥର ନୁହେଁ ୯ ଥର ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଫୋନ୍ କୁ ଫୋନ୍ କରି ମୁକେଶ ଅମ୍ବାନୀଙ୍କୁ ଗାଳି ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଖାଲି ସେତିକି ନୁହେଁ ମୁକେଶ ଅମ୍ବାନୀଙ୍କ ପୂରା ପରିବାରକୁ ମାରିବାକୁ ଧମକ ମଧ୍ୟ ଦେଇଥିଲା ।

ସେପେଟେ ଏହି ମାମଲାର ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଆଲର୍ଟ ହୋଇଥିଲା ଏବଂ ଧାରା ୫୦୬(୨) ଅପରାଧିକ ଧମକ ଅନୂଯାୟୀ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା । ମାମଲାର ଗମ୍ଭୀରତକାୁ ଦେଖି କିଛି କେନ୍ଦ୍ରୀୟ ଏଜେନ୍ସୀ ଏହି ପ୍ରସଙ୍ଗରେ ସୂଚନା ନେଇଥିଲେ । ଯାହାପରେ ବିଷ୍ଣୁଙ୍କୁ ବୋରିଭଲୀ ୱେଷ୍ଟର ଧରାପଡ଼ିଥିଲା ଏବଂ ତାଙ୍କୁ ଡିଏମ ମାର୍ଗ ପୋଲିସ ଷ୍ଟେସନ ଅଣାଯାଇଥିଲା । ଯେଉଁଠାରେ ତାଙ୍କୁ ପଚରାଉଚରା କରାଯାଉଛି ।

Get real time updates directly on you device, subscribe now.