IAS ବିଷ୍ଣୁପଦଙ୍କର ବଢିଲା ଅନ୍ତରୀଣ ସୁରକ୍ଷା, ହାଇକୋର୍ଟ ନେଲେ ନିଷ୍ପତ୍ତି
ବିଷ୍ଣୁପଦ ଓ ତାଙ୍କ ପରିବାରର ଅନ୍ତରୀଣ ସୁରକ୍ଷା ବଢିଲା
ଭୁବନେଶ୍ୱର: ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବିଷ୍ଣୁପଦ ଓ ତାଙ୍କ ପରିବାରର ଅନ୍ତରୀଣ ସୁରକ୍ଷା ବଢିଛି। ଅନ୍ତରୀଣ ସୁରକ୍ଷା ବଢାଇଛନ୍ତି ହାଇକୋର୍ଟ।
ଆଇଏଏସ ବିଷ୍ଣୁପଦଙ୍କ ଏହି ମାମଲାର ଶୁଣାଣି ମେ ୬ ତାରିଖରେ ହାଇକୋର୍ଟ ଶୁଣାଣି କରିବେ। ଫେବୃଆରୀ 8 ତାରିଖରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ପୁଣି ସିବିଆଇର ୮ ଜଣିଆ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ।
ବିଷ୍ଣୁପଦଙ୍କ ସରକାରୀ କ୍ଵାର୍ଟର୍ସରେ ସିବିଆଇ ରୁଫ୍ ଆଣ୍ଡ ବ୍ରିଜ୍ ଲାଞ୍ଚ ମାମଲାରେ ରେଡ୍ କରିଥିଲା। ତେବେ ଏତଲା ନଥାଇ ବିନାକାରଣରେ ରେଡ କରାଯାଉଛି ବୋଲି କହି ପ୍ରତିବାଦ କରିଥିଲେ ବିଷ୍ଣୁପଦ ସେଠୀ ।
ଏହାସହ ସେ କହିଛନ୍ତି କି, ମୁଁ ସ୍ବଚ୍ଛତାର ସହ ୩୦ ବର୍ଷ ହେବ କାମ କରୁଛି ମୋତେ ବିନା କାରଣରେ ଫସାଯାଉଛି ଏବଂ ହାରାସମେଣ୍ଟ କରାଯାଉଛି। ଚଞ୍ଚଲ ମୁଖାର୍ଜୀଙ୍କ ସହ କୌଣସି ଲିଙ୍କ ନାହିଁ, ମୋ ଜୀବନ ପ୍ରତି ବିପଦ ଜୀବନ ପ୍ରତି ବିପଦ ଥିବା କହିଥିଲେ ବିଷ୍ମୁପଦ ସେଠୀ ।