fbpx

OSSC ଜାରି କଲା ବିସ୍ତୃତ ସିଲାବସ୍: ଜୁନ୍ ୧୨ରେ ହେବ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦର କମ୍ପ୍ୟୁଟର ଦକ୍ଷତା ଟେଷ୍ଟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ୍ ମାସ ୧୨ ତାରିଖରେ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ୨୦୨୩ ପଦର କମ୍ପ୍ୟୁଟର ଦକ୍ଷତା ଟେଷ୍ଟ କରାଯିବ । ଡାଇରେକ୍ଟୋରେଟ୍ ଅଫ୍ ହେଲଥ ଇଣ୍ଟେଲିଜେନ୍ସ ଆଣ୍ଡ ଭିଟାଲ ଷ୍ଟାଟିଷ୍ଟିକ୍ସ, ଓଡ଼ିଶା ଅଧିନରେ ଭୁବନେଶ୍ୱର ଠାରେ ଏହି ଟେଷ୍ଟ ନିଆଯିବ । ଗୋଟିଏ ଶିଟିଂରେ ଏହି ପରୀକ୍ଷା କରାଯିବ । ମେ ୫ରେ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ କମ୍ପୁଟର ଦକ୍ଷତା ଟେଷ୍ଟ (ସିଏସଟି) କରାଯିବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ମାସ ୧୮ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ୨୩୪ଟି ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ (ଭିଏସଏ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିପାଇଁ ପ୍ରାର୍ଥୀମାନେ ନଭେମ୍ବର ମାସ ୨୪ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ଅନଲାଇନ୍ରେ ଆବେଦନ କରିଥିଲେ । ଡାଇରେକ୍ଟୋରେଟ୍ ଅଫ୍ ହେଲଥ ଇଣ୍ଟେଲିଜେନ୍ସ ଆଣ୍ଡ ଭିଟାଲ ଷ୍ଟାଟିଷ୍ଟିକ୍ସ, ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଗ୍ରୁପ-ସି’ରେ ପ୍ରାର୍ଥୀଙ୍କୁ ଏହି ପଦରେ ନିଯୁକ୍ତି ଦିଆଯିବ ।

Get real time updates directly on you device, subscribe now.