fbpx

“ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ କରିଥିବା ବିବେକ ଅଗ୍ନିହୋତ୍ରୀ ନିର୍ମାଣ କରିବେ ମହାଭାରତ ଉପରେ ଫିଲ୍ମ, ଜାଣନ୍ତୁ ଏହି ଫିଲ୍ମ ବିଷୟରେ ଡିଟେଲ୍ସ

ମୁମ୍ବାଇ : “ଦ କାଶ୍କୀର ଫାଇଲ୍ସ” ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କ ନୂଆ ଫିଲ୍ମ ଘୋଷଣା କରିଛନ୍ତି । ବିବେକ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ସେ ପୋଷ୍ଟ କରିଛନ୍ତି ତାଙ୍କ ଆଗାମୀ ଫିଲ୍ମର ନାମ ହେଉଛି “ପର୍ବ”,ଯାହା ମହାଭାରତ ଉପରେ ଆଧାରିତ । ବିବେକ ସୋସିଆଲ ମିଡିଆରେ ଏକ ଫଟୋ ସହିତ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଗୋଟିଏ ପଟେ ଯେତେବେଳେ ଫ୍ୟାନମାନେ ଏହା ଜାଣିବା ପରେ ଖୁସି ହୋଉଛନ୍ତି, ଅନ୍ୟ ପାଶ୍ୱର୍ରେ ବିବେକଙ୍କୁ ଟ୍ରୋଲ କରାଯାଉଛି । ବିବେକ ଟ୍ୱିଟରରେ ଲେଖିଛନ୍ତି ‘ ବଡ ଘୋଷଣା- ମହାଭାରତ ଇତିହାସ ନା ମାଇଥୋଲୋଜି? ଏହି ଫିଲ୍ମକୁ ପଲ୍ଲବୀ ଯୋଗୀ ପ୍ରଡୁସ କରିବେ ।

କୁହାଯାଉଛି ବିବେକ ଅଗ୍ନିହୋତ୍ରୀଙ୍କ ଶେଷ ଫିଲ୍ମ ଦ ବେକ୍ସିନ ଏକ ୱାର ଯାହାର ପ୍ରଶଂସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କରିସାରିଛନ୍ତି । ଏହା ପୂର୍ବରୁ ବିବେକ ଅଗ୍ନି ହୋତ୍ରୀ ଦ ତାସକେଣ୍ଡ ଫାଇଲ୍ସ, ଏବଂ କାଶ୍ମିର ଫାଇଲ୍ସ ପରି ଫିଲ୍ମ କରିସାରିଛନ୍ତି । ଏହି ଫିଲ୍ମ କରି ସେ ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି । ତାଙ୍କ ଦ କାଶ୍ମୀର ଫାଇଲ୍ସରୁ ଫେମ ମିଳିଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ବହୁତ ଭଲ କଲେକସନ ମଧ୍ୟ କରିଥିଲା ।

Get real time updates directly on you device, subscribe now.