fbpx

ଲଞ୍ଚ ହେଲା Vivo Y15C, ରହିଛି ଏହି ଖାସ୍ ଫିଚର…

ନୂଆଦିଲ୍ଲୀ: Vivo Y15C କୁ ଅଫିସିଆଲ ଭାବରେ ଲଞ୍ଚ କରାଯାଇଛି ଏବଂ କମ୍ପାନୀ ଏହି ନୂଆ ଫୋନକୁ ଭିଭୋ ଇଣ୍ଡିଆର ୱେବସାଇଟରେ ଜାରି କରିଛି । ଏହି ଫୋନରେ ଡୁଆଲ ରିୟର କ୍ୟାମେରା ଏବଂ ମିଡିଆଟେକ ପ୍ରୋସେସର ସହ ମଲ୍ଟି ଟର୍ବୋ ୩.୦ ଫିଚରର ଭଳି ଅନେକ ଫିଚର୍ସ ଦେଖିବାକୁ ମିଳିବ । ଭିଭୋ ଏହି ଫୋନ ଦୁଇଟି କଲର ଅପ୍ସନରେ ବ୍ଲୁ ଏବଂ ୱେଭ ଗ୍ରୀନ ସହ ଲଞ୍ଚ କରାଯାଇଛି । ତେବେ ବର୍ତ୍ତମାନ କମ୍ପାନୀ ଏହାର ଦାମକୁ ନେଇ କୌଣସି ସୂଚନା ଦେଇନଥିବାବେଳେ ଅନୁମାନ କରାଯାଉଛି ଯେ ଭିଭୋ ୱାଇ୧୫ସିକୁ ବଜେଟ ରେଞ୍ଜରେ ଲଞ୍ଚ କରାଯିବ ।

ଏଭଳି ରହିଛି Vivo Y15Cର ଫିଚର୍ସ:

ଡୁଆଲ ୪ଜି ସହ ଲଞ୍ଚ ହୋଇଥିବ ଭିଭୋ ୱାଇ ୧୫ସିର ସ୍ପେସିଫିକେସନ ବିଷୟରେ କହିଲେ ଏଥିରେ ୬.୫୨ ଇଞ୍ଚ ଏଚଡି+ ଡିସପ୍ଲେ ରହିଛି ସହ ଯାହାର ରେଜୋଲ୍ୟୁସନ ୭୨୦x୧୬୦୦ ରହିଛି । ଭିଭୋ ୱାଇ ୧୫ ସି ଆଣ୍ଡ୍ରଏଡ୍ ୧୨ ଅପରେଟିଂ ସିଷ୍ଟମ ଉପରେ ଆଧାରିତ, ଯାହାକି କମ୍ପାନୀର ଫପଟଚ୍ ଓଏସ ୧୨ ସହ ରହିଛି । ଏହି ବଜେଟ ସ୍ମାର୍ଟଫୋନ ଅକ୍ଟାକୋର ମିଡିଆଟେକ ହିଲିଓ ପି୩୫ ଚିପସେଟ ଏବଂ  ୩ ଜିବି ରାମ୍ ସହ ଦେଖିବାକୁ ମିଳିବ ଅବଶ୍ୟ ଇଣ୍ଟରନାଲ ଷ୍ଟୋରେଜରେ ୩୨ଜିବି/୬୪ ଜିବି ଅପ୍ସନ ରହିଛି, ଏବଂ ଏହାକୁ ମେମୋରୀ କାର୍ଡ ସାହାଯ୍ୟରେ  ୧ ଟିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ । ଫୋନର ଓଜନ ୧୭୯ ଗ୍ରାମ ରହିଛି ।

କ୍ୟାମେରା ବିଷୟରେ କହିଲେ ଭିଭୋ ୱାଇ୧୫ସି ରେ ଡୁଆଲ କ୍ୟାମେର ସେଟଅପ୍ ଦେଖିବାକୁ ମିଳିବ । ଏଥିରେ ୧୩ ମେଗାପିକ୍ସଲର ମେନ ସେନ୍ସର ଏବଂ ୨ ମେଗାପିକ୍ସଲର ମାକ୍ରୋ ସେନ୍ସର ରହିଛି । ସେହିପରି ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ୮ ମେଗାପିକ୍ସଲର କ୍ୟାମେରା ରହିଛି ।

ଫୋନରେ ମଲ୍ଟି ଟର୍ବୋ ୩.୦ ଫିଚର ମଧ୍ୟ ଦେଖିବାକୁ ମିଳିବ ଏହି ଫିଚର ଦ୍ୱାରା ଗ୍ରାହକଙ୍କୁ ଏକ ଭଲ ଗେମିଙ୍ଗ ଏକ୍ସପିରିଏନ୍ସ ମିଳିବ । ଏହା ସହ ବ୍ୟାକଗ୍ରାଉଣ୍ଡରେ ଏକାଧିକ ଆପ୍ ରହିଥିଲେ ବି କୌଣସି ହ୍ୟାଙ୍ଗ ଦେଖିବାକୁ ମିିଳିବ ନାହିଁ । ଫୋନରେ ୫୦୦୦ ଏମଏଏଚର ବ୍ୟାଟେରୀ ଦିଆଯାଇଛି ଏବଂ ଏହା ସହ ୧୦ ୱାଟର ରିଭର୍ସ ଚାର୍ଜିଂ ସପୋର୍ଟ ଦେଖିବାକୁ ମିଳିବ ।

ବାକି ଫିଚର୍ସ କହିଲେ ଫୋନରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ, ୩.୫ ଏମ ଏମ ହେଡଫୋନ ଜ୍ୟାକ୍, ବ୍ଲୁଟୁଥ୍, ୱାଇ-ଫାଇ, ଜିପିଏସ, ଓଟିଜି ସପୋର୍ଟ, ଅନ୍ୟାନ୍ୟ ସେନ୍ସର ଦେଖିବାକୁ ମିଳିବ । ଫୋନ ସହ କମ୍ପାନୀ ଚାର୍ଜର ମଧ୍ୟ ଉପଲବ୍ଧ କରାଇଛି ।

Get real time updates directly on you device, subscribe now.