fbpx

Vivo T3 Pro 5G ଅଗଷ୍ଟ ୨୭ରେ ଭାରତରେ ଲଞ୍ଚ ହେବ: କମ୍ପାନୀ ପକ୍ଷରୁ ଘୋଷଣା

ନୂଆଦିଲ୍ଲୀ: ଭିଭୋ ଟି୩ ପ୍ରୋ ୫ଜି ଲଞ୍ଚିଂ ତାରିଖ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ କମ୍ପାନୀ ପକ୍ଷରୁ ଏକ ପୋଷ୍ଟର ଶେୟାର କରାଯାଇଥିବା ବେଳେ ଭିଭୋ ଇଣ୍ଡିଆ ୱେବସାଇଟରେ ଏକ ମାଇକ୍ରୋସାଇଟ ପ୍ରସ୍ତୁତ କରାଯାଇଛି । ଏହି ଅପକମିଂ ସ୍ମାର୍ଟଫୋନରେ ୟୁଜର୍ସଙ୍କୁ ବଢ଼ିଆ ଫିଚର୍ସ, କ୍ୟାମେରା ଓ ବ୍ୟାଟେରୀ ଆଦି ସୁବିଧା ମିଳିବା ନେଇ ସୂଚନା ଦିଆଯାଇଛି । କମ୍ପାନୀ ଚଳିତ ମାସ ୨୭ ତାରିଖରେ ଭାରତରେ ଭିଭୋ ଟି୩ ପ୍ରୋ ୫ଜି ଲଞ୍ଚ କରିବ ।

ଏନେଇ ଭିଭୋ ଇଣ୍ଡିଆ ୱେବସାଇଟରେ କମ୍ପାନୀ ପକ୍ଷରୁ ଏକ ମାଇକ୍ରୋସାଇଟ ପ୍ରସ୍ତୁତ କରାଯାଇ ସେଠାରେ ଏହି ହ୍ୟାଣ୍ଡସେଟର କିଛି ଫିଚର୍ସ ବିଷୟରେ କୁହାଯାଇଛି । କମ୍ପାନୀ ଏହାର ଡିଜାଇନ ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରିଛି । ଏଥିରେ ବ୍ଲାକ ପ୍ୟାନେଲରେ ଟ୍ରିପଲ କ୍ୟାମେରା ସେଟଅପ ଓ କବର୍ଡ ଡିସପ୍ଲେ ମିଳିବ । ଏଥିସହିତ ଏଥିରେ ୱିଗନ ଲେଦରର ବ୍ୟବହାର କରାଯାଇଛି । ଭିଭୋ ଟି୩ ପ୍ରୋ ୫ଜିର ଲଞ୍ଚ ଇଭେଣ୍ଟର ଲାଇଭ୍ ଷ୍ଟ୍ରିମିଂ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କରାଯିବ । ଏହି ମୋବାଇଲ ଫ୍ଲିପକର୍ଟରେ ସେଲ ପାଇଁ ଆସିବ । ତେବେ ଏହି ଫୋନର ଦାମ୍ ନେଇ ବର୍ତ୍ତମାନ ସୁଦ୍ଧା କମ୍ପାନୀ ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନାହିଁ ।

Get real time updates directly on you device, subscribe now.