କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର : ମିଳିଲା ପରିବାର ପକ୍ଷରୁ ସୂଚନା

ଭୁବନେଶ୍ୱର : ଓଡ଼ିଆ ଭଜନ ଗାଇଥିବା କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଗତକାଲି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବାର ସୂଚନା ମିଳିଥିଲା । ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରୁଛନ୍ତିା ବିଗତ ୭ ଦିନ ହେବ ଘରୋଇ ହସ୍ପିଟାଲରେ ତାଙ୍କର ଚିକିସାô ଚାଲୁଛି । ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବା ବେଳେ ଆଜି ସ୍ୱାସ୍ଥ୍ୟାବସ୍ଥାରେ ଅଳ୍ପ ସୁଧାର ଆସିଛି ।

ବର୍ତ୍ତମାନ ଶାନ୍ତିଲତାଙ୍କୁ ଭେଣ୍ଟଲେଟରରେ ରଖାଯାଇଛି । ଏନେଇ ତାଙ୍କର ଆରୋଗ୍ୟ କାମନା ପ୍ରଅଥନା କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି । ସେ ଓଡ଼ିଆର ଭକ୍ତି ସଂଙ୍ଗୀତ ଗାନ କରି ଚାରିଆଡେ ଲୋକପ୍ରିୟ ହୋଇଯାଇଛନ୍ତି । ହେ ଚକାନୟନ, କଳା କଳେବର କହ୍ନେଇ ଭଳି ଭଜନ ଗାଇ ଘରେ ଘରେ ପରିଚିତ ହୋଇଛନ୍ତି । ଶାନ୍ତିଲତା ଏକ ସାକ୍ଷାତକାରରେ କହିଥିଲେ ଯେ ‘ପିଲାବେଳୁ ମୁଁ ଗୀତ ଗାଉଥିଲି। ସେଥିପାଇଁ ସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମରେ ମତେ ଗାଇବାର ସୁଯୋଗ ମିଳୁଥିଲା।