fbpx

ଭୋଟ ଗଣତି: ୯ଟା ସୁଦ୍ଧା କିଏ ଆଗୁଆ? ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ସକାଳ ୮ଟାରୁ ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ବଡ଼ ବଡ଼ ହେଭିୱେଟ୍ ନେତାଙ୍କ ମଧ୍ୟରେ ଚାଲିଛି ଲଢ଼େଇ । ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ମୋଟ ୬୯୦ ବିଧାନସଭା ଅସନରେ ଆସିବ ନିର୍ବାଚନୀ ଫଳାଫଳ । ୟୁପି, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ବିଜେପି ଆଗୁଆ ରହିଛି । ପଞ୍ଜାବରେ ଆମ ଆଦମୀ ପାର୍ଟି ଆଗୁଆ ଅଛି । ପଞ୍ଜାବର ଅମୃତସର ପୂର୍ବ ଆସନରେ ପିସିସି ସଭାପତି ନବଜୋତ ସିଂ ସିନ୍ଧୁ ଆଗୁଆ ରହିଛନ୍ତି ।

ସେହିପରି ଆନନ୍ଦପୁର ସାହିବ ଆସନରେ ଆପର ହରଜୋର ସିଂହ ଆଗୁଆ ଅଛନ୍ତି । ଜଲାଲବାଦ ଆସନରେ ଏସଏଡିର ସୁଖବୀର ସିଂ ବାଦଲ ଆଗୁଆ ଅଛନ୍ତି । ସୁନାମ ଆସନରେ ଆମେ୍ ଆଦମୀ ପାର୍ଟୀ ପ୍ରାର୍ଥୀ ଅମନ ଆରୋରା ଆଗୁଆ ଅଛନ୍ତି ।

ଏହା ସହ ଉତ୍ତରପ୍ରଦେଶ ଗୋରଖପୁର ଆସନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗୁଆ ଅଛନ୍ତି । ନୋଏଡ଼ା ଆସନରେ ବିଜେପିର ପଙ୍କଜ ସିଂ ଆଗୁଆ ଅଛନ୍ତି । ଜୟଦପୁର ଆସନରେ କଂଗ୍ରେସର ତନୁଜ ପୁନିଆ ଆଗୁଆ ଅଛନ୍ତି । ଆଗ୍ରା ରୁରାଲ ଆସନରେ ବିଜେପିର ବବିରାଣୀ ମୋର୍ଯ୍ୟ ଆଗୁଆ ଅଛନ୍ତି । ମହାରାଜପୁର ଆସନରେ ବିଜେପିର ସତୀଶ ମହାନା ଆଗୁଆ ଅଛନ୍ତି । ସିରାଥୁ ଆସନରେ ବିଜେପିର କେଶବ ପ୍ରସାଦ ମୌର୍ଯ୍ୟ ଆଗୁଆ ଅଛନ୍ତି । ଫୈଜଲନଗର ଆସନରେ ସମାଜବାଦୀ ପାର୍ଟୀର ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଆଗୁଆ ଅଛନ୍ତି ।

Get real time updates directly on you device, subscribe now.