fbpx

Breaking News; ନେତାଙ୍କ ଉପରକୁ ଜୋତା ଫିଙ୍ଗିଲେ ଭୋଟର: ମଞ୍ଚରେ ନିର୍ବାଚନ ଭାଷଣ ବେଳେ ଆକ୍ରମଣ

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ଆଗାମୀ ନିର୍ବାଚନକୁ ନେଇ ଖୁବ ପ୍ରଚାର ଜାରି ରଖିଛନ୍ତି ରାଜନୈତିକ ଦଳ ଏବଂ ପ୍ରାର୍ଥୀ । ଅନେକ ସ୍ଥାନରେ ଭୋଟର ପ୍ରାର୍ଥୀଙ୍କୁ ସ୍ୱାଗତ କରୁଥିବା ବେଳେ ଅନେକ ସ୍ଥାନରେ ବିଭିନ୍ନ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେଉଛି । ଏଭଳି ଏକ ଘଟଣାର ସମ୍ମୁଖୀନ ହୋଇଛନ୍ତି ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ପାର୍ଟି ତରଫରୁ ନିର୍ବାଚନ ଲଢୁଥିବା ହୋତମ ସିଂହ ବିଷାଦଙ୍କ ପକ୍ଷରେ ସଭାକୁ ସମ୍ବେରଧନ କରୁଥିବା ବେଳେ ଏଭଳି ଏକ ଆକ୍ରମଣର ଶିକାର ହୋଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ ।

ସୂଚନା ଅନୁସାରେ, ଡୌକି ଥାନା ଅନ୍ତର୍ଗତ ମାତା ସତୀ ମନ୍ଦିର ନିକଟରେ ନିର୍ବାଚନ ପୂର୍ବରୁ ଏକ ସଭାରେ ସାମିଲ ହୋଇଥିଲେ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ସଭାରେ ସ୍ୱାମୀ ପ୍ରସାଦ ମଞ୍ଚ ଉପରୁ ଜନତାଙ୍କୁ ସମ୍ବୋଧନ ଭାଷଣ ଦେଉଥିବା ବେଳେ ଭିଡ଼ ଭିତରୁ ଜଣେ ଯୁବକ ତାଙ୍କ ଉପରକୁ ଜୋତା ଫିଙ୍ଗିଛନ୍ତି । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲେ । ତେବେ ଏ ମାମଲା ନେଇ ସ୍ଥାନୀୟ ପୋଲିସ ଯୁବକଙ୍କୁ ଧରି ହେପାଜତକୁ ନେଇଛି ।

Get real time updates directly on you device, subscribe now.