ଓଡ଼ିଶା ଭାସ୍କର: ସୁନ୍ଦର ଦେଖାଯିବା ପାଇଁ ମହିଳାମାନେ ମେକ୍-ଅପ୍ ର ସାହାରା ନେଇଥାନ୍ତି । ବେଳେ ବେଳେ ଅନେକ ମହିଳାଙ୍କ ମଧ୍ୟରେ ନିଜକୁ ବେଶୀ ସୁନ୍ଦର କରିବା ପାଇଁ ଦରକାର ଅପେକ୍ଷା ଅଧିକ ମେକ୍-ଅପ୍ ନେଇଯାଆନ୍ତି ମହିଳା । ଏହାଦ୍ୱାରା ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ସେମାନେ ଚେଷ୍ଟା କରିଥାନ୍ତି । କିନ୍ତୁ ଏହି ମେକ୍-ଅପ୍ ଅନେକ ସମୟରେ ଲୋହସା କରାଇ ଦେଇଥାଏ । ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କିଛି ମହିଳାମାନେ ନିଜ ମେକ୍-ଅପ୍ ଲୁକ୍ ପାଇଁ ଲୋକହସାର ଶିକାର ହେଉଛନ୍ତି । ସେହିପରି ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ମେକ୍-ଅପ୍ ନେବା ପରେ ତାଙ୍କ ପୁଅ ମଧ୍ୟ ତାଙ୍କୁ ଚିହ୍ନି ପାରିନାହିଁ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଜଣେ ମହିଳା ତାଙ୍କ ପୁଅକୁ କୋଳରେ ଧରିଥିବା ବେଳେ ପିଲାଟି ଖୁବ ଜୋରରେ କାନ୍ଦୁଥିବାର ଭିଡିଓରେ ଦେଖାଯାଇଛି । ଏହାସହିତ ମହିଳା ଜଣକ ପିଲାଟିକୁ ବହୁତ ବୁଝାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ପିଲାଟି କିଛି ନ ଶୁଣି ଜୋରରେ କାନ୍ଦିବାରେ ଲାଗିଛି । ଭିଡିଓରୁ ଜଣାଯାଉଛି ଯେ, ପିଲାଟି ତା’ ମା’ଙ୍କୁ ଚିହ୍ନି ପାରିନାହିଁ । କାରଣ ମହିଳା ଜଣକ ନିଜ ପ୍ରକୃତ ଚେହେରାରେ ନାହାନ୍ତି । ସେ ମେକ୍-ଅପ୍ ନେବା ସହିତ ନଜି ରୂପରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି । କିନ୍ତୁ ପିଲାଟି ମା’ଙ୍କୁ ମେକ୍ଅପ୍ ଲୁକରେ ଦେଖି ଚିହ୍ନି ପାରିନାହିଁ । ତେଣୁ ମହିଳା ଜଣକ ପିଲାଟିକୁ ‘ସେ ତା’ର ମା’ ବୋଲି ବୁଝାଇବାକୁ ଚେଷ୍ଟା କରୁଛନ୍ତି ।
View this post on Instagram
କିନ୍ତୁ ପିଲାଟି ଏହା ବୁଝିବାକୁ ନାରାଜ ଏବଂ ଜୋରରେ କାନ୍ଦିବାରେ ବ୍ୟସ୍ତ । ପିଲାଟିର କାନ୍ଦ ଦେଖି ମହିଳା ଜଣକ ପୁଅକୁ ଘରର ଅନ୍ୟ ସଦସ୍ୟଙ୍କୁ ବଢାଇ ଦେଇଛନ୍ତି । ଏହାପରେ ପୁଅର କାନ୍ଦ ବନ୍ଦ ହୋଇଯାଇଛି । ମହିଳା ଜଣକ ମେକ୍-ଅପ୍ ନେବା ପରେ ପୁଅ ତାଙ୍କୁ ଅଜଣା ଲୋକ ଭାବି କାନ୍ଦିଥିଲା । ଯେଉଁଥିପାଇଁ ଏହି ଘଟଣାର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ମେକ୍-ଅପ୍ ଲୁକରେ ମହିଳା ଜଣକ ବେଶ୍ ସନ୍ଦର ଦିଶୁଥିବା ବେଳେ ପୁଅର ଏପରି ପ୍ରତିକ୍ରିୟାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।