ଭୁଶୁଡିଲା କାନ୍ଥ, ୨ ମୃତ, ଜଣେ ଆହତ

ନୂଆପଡ଼ା: ବର୍ଷା ଯୋଗୁଁ ଭୁଶୁଡି ପଡିଲା କୁକୁଡ଼ା ଫାର୍ମ କାନ୍ଥ, ଯେଉଁଥିପାଇଁ ଚାଲିଗଲା 2 ଜଣଙ୍କ ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ାର ପଟପରପାଲି ଅଞ୍ଚଳରେ।

ଏଠାରେ ଦିବାକର ସବର ସରକାରୀ ସବସିଡି ଋଣ ମାଧ୍ୟମରେ ପ୍ରାପ୍ତ ପାଣ୍ଠିରେ ଏକ କୁକୁଡ଼ା ଫାର୍ମ ନିର୍ମାଣ କରୁଥିଲେ। ରବିବାର ପ୍ରାୟ ୧୧ଟା ସମୟରେ ଦିବାକରଙ୍କ ପତ୍ନୀ ବାଲମତି ସବର , ତାଙ୍କ ସମ୍ପର୍କୀୟ ରୂପେ ସବର ଏବଂ ସେମାନଙ୍କର ୮ ବର୍ଷର ଝିଅ ରିଧି ସବର ନିର୍ମାଣାଧୀନ କୁକୁଡ଼ା ଫାର୍ମ ଯାଞ୍ଚ କରିବାକୁ ଯାଇଥିବା ବେଳେ, ବର୍ଷା ଯୋଗୁଁ ଏକ ଆଂଶିକ ନିର୍ମିତ କାନ୍ଥ ଭୁଶୁଡ଼ି ପଡ଼ିଥିଲା।

କାନ୍ଥ ପଡ଼ିବା ଫଳରେ ବାଲମତି ଏବଂ ରୂପେଙ୍କର ମୃତ୍ୟୁ ଘଟିଥିବାବେଳେ ଶିଶୁ ରିଧି ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପାଇଁ ପଠାଯାଇଥିଲା।