fbpx
BJD SKY
BJD SKY

ନୂଆ କାର୍ କିଣିବାକୁ ଚାହୁଁଛନ୍ତି କି? ବ୍ୟାଙ୍କ ଅଫ ବରୋଦା ଦେଉଛି ଶସ୍ତା କାର୍ ଲୋନ୍

BJD

ନୂଆଦିଲ୍ଲୀ: ଯଦି ଆପଣ ମାର୍ଚ୍ଚ ମାସ ଶେଷ ପୂର୍ବରୁ ନୂଆ କାର୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ମାର୍ଚ୍ଚ ମାସ ଶେଷ ହେବା ପୂର୍ବରୁ କାର୍ କିଣିବାର ଏକ ବମ୍ପର ସୁଯୋଗ ଦେଉଛି ବ୍ୟାଙ୍କ ଅଫ୍ ବରୋଦା। ବାସ୍ତବରେ, ପବ୍ଲିକ ସେକ୍ଟର ବ୍ୟାଙ୍କ ଅଫ୍ ବରୋଦା ଆପଣଙ୍କ ପାଇଁ ସର୍ବୋତ୍ତମ ଅଫର ଆଣିଛି। ବ୍ୟାଙ୍କ ଅଫ୍ ବରୋଦା କାର ଋଣ ଉପରେ ସୁଧ ହାର ହ୍ରାସ କରିଛି। ତେଣୁ ଆପଣଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ତେବେ ଗତ ଫେବୃଆରୀ ୨୬ ତାରିଖରେ କାର ଋଣ ହାର ହ୍ରାସ କରିବାକୁ ବ୍ୟାଙ୍କ ଅଫ୍ ବରୋଦା ଘୋଷଣା କରିଥିଲା। ୨୦୨୪ ମସିହା ଫେବୃୟାରୀ ୨୬ ତାରିଖରୁ କାରର ନୂଆ ରେଟ ଏହି ବ୍ୟାଙ୍କ ମାଧ୍ୟମରେ ଉପଲବ୍ଧ କରାଯାଇଛି।

ସୂଚନା ଥାଉକି, ବ୍ୟାଙ୍କ ଅଫ୍ ବରୋଦା କାର ଋଣ ହାରକୁ ୦.୬୫ ପ୍ରତିଶତ ହ୍ରାସ କରିଛି ଏବଂ ଏହି ହାର ବର୍ତ୍ତମାନ ୯.୪ ପ୍ରତିଶତରୁ ୮.୭୫ ପ୍ରତିଶତକୁ ହ୍ରାସ ପାଇଛି। ମାତ୍ର ଏହି ଅଫର ସୀମିତ ସମୟ ପାଇଁ ରଖାଯାଇଛି। ଆପଣ ୩୧ ମାର୍ଚ୍ଚ ପର୍ୟ୍ୟନ୍ତ ଶସ୍ତା କାର ଋଣର ଲାଭ ପାଇପାରିବେ। ଏହି ଅଫର ଅନୁଯାୟୀ ପ୍ରକ୍ରିୟାକରଣ ଶୁଳ୍କରେ ରିହାତି ମଧ୍ୟ ଘୋଷଣା କରାଯାଇଛି। ତେଣୁ ଏହି ସୁଯୋଗ ହାତ ଛଡା ନ କରି କାଲି ସକାଳୁ ହିଁ ନିକଟସ୍ଥ ବ୍ୟାଙ୍କ ସହ ଯୋଗାଯୋଗ କରି କାର୍ ଲୋନ ଆବେଦନ କରନ୍ତୁ।

 

Get real time updates directly on you device, subscribe now.