fbpx

‘ଭଲ ଭାଷଣ ଦେଉଛ, ନିର୍ବାଚନରେ ଲଢିବାକୁ ଚାହୁଁଛ କି’, ବାରଣାସୀରେ ଜଣେ ଗ୍ରାମୀଣ ମହିଳାଙ୍କୁ ମୋଦୀ ଦେଲେ ଏପରି ଅଫର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସଂସଦୀୟ କ୍ଷେତ୍ର ବାରଣାସୀକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି । ବାରଣାସୀର ଉମରାହା ଗାଓଁରେ ନବନିର୍ମିତ ସ୍ୱର୍ଭେଦ ମହାମନ୍ଦିରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ବିକାଶଶୀଳ ଭାରତ ସଂକଳ୍ପ ଯାତ୍ରା ଜରିଆରେ ଆୟୋଜିତ ଖେଳ ପ୍ରତିଯୋଗିତାରେ ବି ସେ ଭାଗ ନେଇଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଗାଁର ମହିଳାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

କାର୍ଯ୍ୟକ୍ରମ ସମୟରେ ସ୍ୱୟଂ ସହାୟିକା ମହିଳାଙ୍କ ସହ ଆଲୋଚନା କରିବା ସମୟରେ ପ୍ରଧାନମନ୍ତ୍ରୀ ଭଲ ଭାଷଣ ଦେଇପାରୁଥିବା ଚନ୍ଦାଦେବୀ ନାମକ ମହିଳାଙ୍କ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ କି ତୁମେ ତ ବହୁତ ଭଲ ଭାଷଣ ଦେଉଛ । କେବେ ନିର୍ବାଚନ ଲଢିବା ନେଇ ବିଚାର କରିଛ କି?ଏହା ଉପରେ ଉତ୍ତର ରଖି ମହିଳା କହିଥିଲେ ମୁଁ ନିର୍ବାଚନ ବିଷୟରେ କେବେ ବି କିଛି ଭାବି ନାହିଁ । ଆମେ ଆପଣଙ୍କ ଠାରୁ ହିଁ ସବୁକିଛି ଶିଖୁଛୁ । ଆପଣଙ୍କ ସାମ୍ନାରେ ଛିଡା ହୋଇ ଭାଷଣ ଦେବାରେ ଆମେ ଗର୍ବ ଅନୁଭବ କରୁଛୁ । ଏହାସହିତ ଚନ୍ଦାଦେବୀ କହିଥିଲେ ସେ ରାଜ୍ୟ ସରକାରଙ୍କ ଲକ୍ଷପତି ମହିଳା କାର୍ଯ୍ୟକ୍ରମ ସହ ଜଡିତ ।

ଏଠାରେ ସୂଚାଇ ଦିଆଯାଇପାରେ କି ଲକ୍ଷପତି ମହିଳା କାର୍ଯ୍ୟକ୍ରମ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଦିତ୍ୟ ଯୋଗୀଙ୍କର ଏକ ମହତକାଂକ୍ଷୀ ଯୋଜନା । ଯୋଗୀ ସରକାରଙ୍କ ଉଦ୍ଦେଶ୍ୟ ରହିଛି ଏହି କାର୍ଯ୍ୟକ୍ରମ ସହ ଜଡିତ ପ୍ରତ୍ୟେକ ମହିଳାଙ୍କୁ ୩ ବର୍ଷ ଭିତରେ ଲକ୍ଷପତି କରିବା ।

Get real time updates directly on you device, subscribe now.