fbpx

ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ମସ୍ତିଷ୍କ ତୀକ୍ଷ୍ଣ କରିବାର ଟିପ୍ସ

ପ୍ରତ୍ୟେକ ମାତା ପିତା ଚାହାଁନ୍ତି ଯେ ସେମାନଙ୍କର ପିଲାମାନେ ସ୍ମାର୍ଟ, ବୃଦ୍ଧିମାନ ଏବଂ ମାନସିକ ସ୍ତରରେ ବହୁତ ଶକ୍ତିଶାଳୀ ହୁଅନ୍ତୁ । ପିଲାମାନେ କ୍ଲାସରୁମରୁ ଆରମ୍ଭ କରି ସବୁ କ୍ଷେତ୍ରରେ ପ୍ରଥମ ଆସନ୍ତୁ ବୋଲି ଅଭିଭାବକମାନେ ଭାବନ୍ତି । ଏଥିପାଇଁ ସେମାନଙ୍କୁ ମାନସିକ ସ୍ତରରେ ତୀକ୍ଷ୍ଣ କରିବାକୁ ପିତାମାତା ଅନେକ ପଦ୍ଧତି ଆପଣାଇଥାନ୍ତି । ସୁସ୍ଥ ଖାଦ୍ୟ, ଭଲ ପୋଷଣ ଦିଅନ୍ତି । ତଥାପି ଏହି ଦ୍ରୁତ ଗତିଶୀଳ ଦୁନିଆରେ ଯଦି ଆପଣଙ୍କ ପିଲା ସବୁ କ୍ଷେତ୍ରରେ ସଫଳତା ପାଉ ବୋଲି ଚାହୁଁଛନ୍ତି ତେବେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ, ଏବଂ ପିଲାଙ୍କୁ ଉଚିତ ଶିକ୍ଷା, କୌଶଳ କ୍ଷେତ୍ରରେ ବିକାଶ କରିବାକୁ ପଡିବ । ଆସନ୍ତୁ ଜାଣିବା ପିଲାଙ୍କୁ ବୁଦ୍ଧିମାନ କିପରି କରିପାରିବେ ।

ଯଦି ଆପଣ ଚାହାଁନ୍ତି ଆପଣଙ୍କ ପିଲା ମାନସିକ ସ୍ତରରେ ବୁଦ୍ଧିମାନ ଏବଂ ସ୍ମାର୍ଟ ହୁଅନ୍ତୁ, ତେବେ ତାଙ୍କୁ ଖୋଲାଖୋଲି ଭାବରେ କଥା ହେବାକୁ ଉତ୍ସାହିତ କରନ୍ତୁ ।

– ସେମାନଙ୍କୁ ଭାବନାକୁ ଜାଣିବା ଏବଂ ପ୍ରକାଶ କରିବାରେ ସାହାଯ୍ୟ କରନ୍ତୁ ।

– ପିଲାମାନଙ୍କୁ ସେମାନଙ୍କ ଭାବନା ଉପରେ ନିୟନ୍ତ୍ରଣ କରିବାକୁ ଶିଖାନ୍ତୁ । ଚାପକୁ ପରିଚାଳନା କରିବା ପାଇଁ ଗଭୀର ନିଶ୍ୱାସ ଏବଂ ମନୋବୃତ୍ତି ବିଷୟରେ ଶିକ୍ଷା ଦିଅନ୍ତୁ ।

– କିଛି ସମସ୍ୟା ଆସିଲେ ଦୂରେଇ ଯିବା ପରିବର୍ତ୍ତେ ପିଲାଙ୍କୁ ତାହାର ସାମ୍ନା କରିବା ଓ ସମାଧାନ କରିବାକୁ ଶିଖାନ୍ତୁ ।

– ଏହାଦ୍ୱାରା ସେମାନଙ୍କ ବାଟରେ ଆସୁଥିବା ପ୍ରତିବନ୍ଧକକୁ ଦୂର କରିବାରେ ସକ୍ଷମ ହେବେ ।

– ସମାଲୋଚନାକାରୀ ଚିନ୍ତାଧାରା ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରନ୍ତୁ ।

– ଯାହା ଦ୍ୱାରା ସେମାନେ ସାହାସ ସହିତ ବାଧାବିଘ୍ନକୁ ଦୂର କରିପାରିବେ ।

– ନିଜର ପିଲାମାଙ୍କୁ ସେମାନଙ୍କର ନକାରାତ୍ମକ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ଉତ୍ସାହିତ କରନ୍ତୁ ।

-ବାଧାବିଘ୍ନ ଆସିଲେ ବୁଝିବିଚାରି ଏବଂ ସକାରାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରନ୍ତୁ । ପିଲାଙ୍କ ଭିତରେ ଆଶାବାଦୀ ଚିନ୍ତାଧାରା ବିକାଶ ହେଲେ ସେମାନେ ଜୀବନର ପ୍ରତ୍ୟେକ ଉତ୍ଥାନକୁ ଭଲ ଭାବରେ ସାମ୍ନା କରିବାରେ ସମର୍ଥ ହେବେ ।

-ପିଲାଙ୍କୁ ମାନସିକ ସ୍ତରରେ ବୁଦ୍ଧିମାନ କରିବା ପାଇଁ ପରିବାରରେ ମିଳାମିଶା କରିବା ଏବଂ କିଛି ଖେଳପୂର୍ଣ୍ଣ ବାତାବରଣ ପ୍ରସ୍ତୁତ କରନ୍ତୁ । ପରିବାର ସହିତ ସେମାନଙ୍କୁ ନେଇ ବାହାରକୁ ବୁଲିବାକୁ ଯାଆନ୍ତୁ ।

– ଶରୀର ଏବଂ ମନ ମଧ୍ୟରେ ସଠିକ୍ ଭାବେ ସମନ୍ୱୟ ରକ୍ଷା କରିବାକ ପିଲାମାନେ ଶାରିରୀକ ବ୍ୟାୟାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ଉନ୍ନତ ମାନସିକ ଏବଂ ଶାରୀରିକ ଅଭିବୃଦ୍ଧି ଘଟିଥାଏ । ମାନସିକ ଶକ୍ତି ବଢିବା ପାଇଁ ବ୍ୟାୟାମ ଅତ୍ୟନ୍ତ ଜରୁରୀ । ପ୍ରତ୍ୟେକ ଦିନ ପିଲାମାନେ କିଛି ସମୟ ବ୍ୟାୟାମ କରିଲେ ବୌଦ୍ଧିକ ଶକ୍ତି,
ଭାବପ୍ରବଣତା ନିୟନ୍ତ୍ରଣ, ଶାରୀରିକ ସ୍ୱାସ୍ଥ୍ୟ ଇତ୍ୟାଦିରେ ଉନ୍ନତି କରିଥାଏ ।

– ପିଲାମାନଙ୍କ ସ୍କୁଲରେ ହେଉ କିମ୍ବା ଅନ୍ୟ କେଉଁଠି ସବୁବେଳେ ପ୍ରତିଯୋଗିତାରେ ଭାଗ ନେବାକୁ ଉତ୍ସାହିତ କରାନ୍ତୁ । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢିଥାଏ । ଏହାସହିତ ଯେକୌଣସି କାର୍ୟ୍ୟ କରିବାକୁ ସେମାନେ ଇଚ୍ଛା କଲେ ପର୍ୟ୍ୟାପ୍ତ ସୁଯୋଗ ଦିଅନ୍ତୁ । କିଛି ଭୁଲରୁ ସେମାନେ ଶିଖିବା ସହିତ ଦାୟିତ୍ୱବାନ ହେବେ ।

Get real time updates directly on you device, subscribe now.