“ମନ୍ଦିର ଭଳି ଏଠାରେ ଦକ୍ଷିଣା ଦିଆଯାଏନି”, ଜାଣନ୍ତୁ ୱାକଫ ବିଲକୁ ନେଇ କାହିିଁକି ଏମିତି କହିଲେ କପିଲ ସିବଲ

ନୂଆଦିଲ୍ଲୀ: ୱକଫ୍ ସଂଶୋଧନ ଆଇନ୍‌, ୨୦୨୫କୁ ଚ୍ୟାଲେଞ୍ଜ ଦେଇଥିବା ପିଟିସନ ଉପରେ ମଙ୍ଗଳବାର ଦିନ ଶୁଣାଣି ହୋଇଥିଲା। ଏଥିରେ ସରକାରୀ ସଂପତ୍ତିଗୁଡ଼ିକର ପରିଚୟ ପ୍ରସଙ୍ଗ ଉଠାଯାଇଥିଲା।

ଅବେଦନକାରୀଙ୍କ ପକ୍ଷରୁ ସିନିୟର ଆଡଭୋକେଟ କପିଲ ସିବଲ ଡକ୍ୟୁମେଣ୍ଟ ଦାଖଲ କରି କହିଛନ୍ତି ଯେ, ଏଠାରେ ମନ୍ଦିରଗୁଡ଼ିକ ଭଳି ଦକ୍ଷିଣା ଦିଆଯାଏ ନାହିଁ। ଏ ନେଇ ମୁଖ୍ୟ ବିଚାରପତି ଭୂଷଣ ରାମାକୃଷ୍ଣ ଗଭାଇ କହିଛନ୍ତି ଯେ, ସେ ନିଜେ ଦରଘା ଯାଇଛନ୍ତି, ସେଠାରେ ମଧ୍ୟ ଦକ୍ଷିଣା ଦିଆଯାଇଥାଏ।

ଆଜି କପିଲ ସିବଲ କହିଛନ୍ତି ଯେ, ନୂଆ ୱକଫ ଆଇନ ୱାକଫର ସଂପତ୍ତି ହଡପ କରିବାର ଆଇନ ଅଟେ। ସେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କଠାରୁ ବିବାଦରେ ସରକାର ହିଁ ନିଷ୍ପତ୍ତି ନେବେ।

କପିଲ ସିବଲ ଏହା ମଧ୍ୟ କହିଛନ୍ତି ଯେ, ଏଠାରେ ମନ୍ଦିରଗୁଡ଼ିକ ଭଳି ଦକ୍ଷିଣା ଦିଆଯାଇନଥାଏ। ୱକଫ ସଂପତ୍ତିରୁ ମିଳୁଥିବା ଟଙ୍କାରେ ହିଁ ମସଜିଦ ପରିଚାଳନା ହୋଇଥାଏ।

କପିଲ ସିବଲଙ୍କ ଏହି ଡକ୍ୟୁମେଣ୍ଟ ସିଜେଆଇ ଗଭାଇ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ମୁଁ ଦରଘା ଯାଇଛି, ସେଠାରେ ମଧ୍ୟ ଦକ୍ଷିଣା ଦିଆଯାଇଥାଏ। କପିଲ ପୁଣି କହିଛନ୍ତି ଯେ, ଦରଘାରେ ଦକ୍ଷିଣା ଦିଆଯାଏ। ମସଜିଦ ଏବଂ ଦରଘା ଅଲଗା।