fbpx

ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ:ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର କ୍ରମାଗତ ବିଜୟ

Advertisement

ନୂଆଦିଲ୍ଳୀ: ଟି-୨୦ ବିଶ୍ୱକପରେ କ୍ରମାଗତ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ୧୫୫ ରନ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ୩ ଓଭର ପୂର୍ବରୁ ମାତ୍ର ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଅର୍ଦ୍ଧଶତକ ହାସଲ କରି ଡେଭିଡ ୱାର୍ଣ୍ଣର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ଅଷ୍ଟ୍ରେଲିଆ । ଶ୍ରୀଲଙ୍କା ପକ୍ଷରୁ ଜଣେ ବି ଖେଳାଳି ଅର୍ଦ୍ଧଶତକ ହାସଲ କରି ପାରିନଥିବା ବେଳେ ଦଳ ୬ ୱିକେଟରେ ୧୫୪ ରନ ସଂଗ୍ରହ କରିଥିଲା । କୁଶାଲ ପରେରା ଓ ଚରିଥ୍ ଅସଲଙ୍କା ୩୫ ରନ ଲେଖାଏଁ ସଂଗ୍ରହ କରିଥିଲେ । ଭାନୁକା ରାଜପକ୍ଷା ୩୩ ରନ କରିଥିବା ବେଳେ ଷ୍ଟାର୍କ, କମିନ୍ସ ଓ ଆଡାମ ଜାମ୍ପା ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

୧୫୫ ରନ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ମାତ୍ର ୩ ୱିକେଟ ହରାଇ ୧୫୫ ରନ ସଂଗ୍ରହ କରିଥିଲା । ଡେଭିଡ ୱାର୍ଣ୍ଣର ୪୨ ବଲ୍ ଖେଳି ୬୫ ରନ କରିଥିଲେ । ୱାର୍ଣ୍ଣରଙ୍କ ଇନିଂସରେ ୧୦ଟି ଚୌକା ସାମିଲ ଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଫିଞ୍ଚ ୩୭ ରନ ଓ ସ୍ମିଥ ୨୮ ରନର ଉପଯୋଗୀ ଇନିଂସ ଖେଳିଥିଲେ । ୱାନିନ୍ଦୁ ହସରଙ୍ଗା ୨ଟି ଏବଂ ଦଶୁନ ସନକା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.