ସତର୍କ ରୁହନ୍ତୁ, ପ୍ରବଳ ବର୍ଷିବ, ୨ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ଚେତାବନୀ

ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର।

ଭୁବନେଶ୍ୱର: ୨ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ଚେତାବନୀ। ଆଗାମୀ ୨ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ଚେତାବନୀ। ପ୍ରବଳ ବର୍ଷିବ। ସତର୍କ ରୁହ। ଚେତାବନୀ ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା।  ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର। ସେହି ୧୨ ଜିଲ୍ଲାଗୁଡ଼ିକ ହେଲା  ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱରକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ।

ସେହିପରି ନୂଆପଡ଼ା, ବଲାଙ୍ଗୀର, ସମ୍ୱପୁର, ସୋନପୁର,ଅନୁଗୁଳ, ବରଗଡ଼, ସୁନ୍ଦରଗଡ଼କୁ ମଧ୍ୟ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ବି ପ୍ରବଳ ବର୍ଷିବ।