ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା: ଟିମରେ ସ୍ଥାନ ପାଇଲେ ୱାଶିଂଟନ ସୁନ୍ଦର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଶୋଚନୀୟ ଭାବେ ୮ ୱିକେଟରେ ପରାସ୍ତ ହୋଇଛି । ଏହା ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ଟେଷ୍ଟ ଟିମରେ ୱାଶିଂଟନ ସୁନ୍ଦର ସ୍ଥାନ ପାଇଛନ୍ତି । ଆସନ୍ତା ୨୪ ତାରିଖରୁ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ (ଏମସିଏ) ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ଖେଳାଯିିବ । ୱାଶିଂଟନ ୨୦୨୦-୨୧ରେ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ବ୍ରିସବେନରେ ଟେଷ୍ଟ ଡେବ୍ୟୁ କରିଥିଲେ । ସେହି ଟେଷ୍ଟରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ଏଥିସହିତ ସେ ୪ଟି ୱିକେଟ ମଧ୍ୟ ହାସଲ କରିôଥଲେ । ତେବେ ୨୦୨୧ ପରଠାରୁ ୱାଶିଂଟନ ଭାରତୀୟ ଟେଷ୍ଟ ଟିମରେ ସୁଯୋଗ ପାଇନଥିଲେ ।

ଭାରତୀୟ ଟେଷ୍ଟ ଟିମ୍: ରୋହିତ ଶର୍ମା (ଅଧିନାୟକ), ଯଶପ୍ରୀତ ବୁମ୍ରା (ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ୱାଶିଂଟନ ସୁନ୍ଦର ।

Get real time updates directly on you device, subscribe now.