fbpx

(Video) ମ୍ୟାଚ ମଝିରେ ‘Water Boy-ବିରାଟ’ ଏଣ୍ଟ୍ରି: ମସ୍ତି ମୁଡରେ କୋହଲିଙ୍କୁ ଦେଖି ଝୁମି ଉଠିଲା ଷ୍ଟାଡିୟମ

ନୂଆଦିଲ୍ଲୀ: ସୁପର-୪ ଷ୍ଟେଜର ଶେଷ ମ୍ୟାଚରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ୫ଟି ପରିବର୍ତ୍ତନ ସହ ଓହ୍ଲାଇଛି ଭାରତୀୟ ଦଳ । ଏହି ମ୍ୟାଚରେ ବିରାଟ କୋହଲିଙ୍କ ସମେତ ହାର୍ଦ୍ଦିକ, କୁଳଦୀପ ବୁମରାହ ଏବଂ ସିରାଜଙ୍କୁ ବିଶ୍ରାମ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ତେଣୁ ବାଂଲାଦେଶ ବିପକ୍ଷ ଆଜିର ମ୍ୟାଚରେ ବିରାଟଙ୍କୁ ବେଞ୍ଚରେ ବସିବାକୁ ପଡ଼ିଛି । କିନ୍ତୁ ପଡ଼ିଆ ବାହାରେ ରହି ମଧ୍ୟ ସେ ଖୁବ ଚର୍ଚ୍ଚାରେ ରହିଛନ୍ତି । ମ୍ୟାଚ ମଝିରେ ବିରାଟ କୋହଲିଙ୍କ ‘ୱାଟର ବୟ’ ଅବତାର ଦେଖିବାକୁ ମିଳିଛି । ନିଜ ଷ୍ଟାଇଲରେ ସେ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବାର ଏକ ଭିଡିଓ ଖୁବ ଭାଇରାଲ ହେଉଛି ।

ବର୍ତ୍ତମାନ ସୁଦ୍ଧା ବାଂଲାଦେଶ ବିପକ୍ଷରେ ଭାରତୀୟ ବୋଲରଙ୍କ ଦବଦବା ଜାରି ରଖିଛନ୍ତି । ତେବେ ଆଜିର ଦଳରେ ବିରାଟ କୋହଲି ବାଦ୍ ପଡ଼ିଛନ୍ତି । ତେବେ ପ୍ରଥମେ ବୋଲିଂ କରୁଥିବା ଭାରତୀୟ ଦଳ ପାଇଁ ଓଭର ମଝିରେ ଡ୍ରିଙ୍କ୍ ନେଇ ମଇଦାନକୁ ଆସିଥିଲେ ‘କିଙ୍ଗ କୋହଲି’ । କିନ୍ତୁ ତାଙ୍କର ଏହି ଏଣ୍ଟ୍ରି ସାରା ଷ୍ଟାଡିୟମକୁ ଝୁମାଇ ଦେଇଛି । ସାଥୀ କେଳାଳିଙ୍କ ପାଇଁ ଡ୍ରିଙ୍କ ନେଇ ଆସୁଥିବା ବେଳେ ବିରାଟ ଏକ ମଜାକିୟା ଷ୍ଟାଇଲରେ ଦୌଡ଼ି ଦୌଡ଼ି ଆସିଥିଲେ । ପଡ଼ିଆ ଭିତରକୁ ଏଣ୍ଟ୍ରି କରିବା ମାତ୍ରେ ତାଙ୍କର ଏହି ଅନ୍ଦାଜକୁ ଦେଖି ଖୁବ ମଜା ଉଠାଇଥିଲେ ଉପସ୍ଥିତ ଦର୍ଶକ । କେବଳ ସେଠାରେ ଉପସ୍ଥିତ ଦର୍ଶକ ନୁହେଁ, ବିରାଟଙ୍କର ଏହି ମସ୍ତି ମୁଡର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ବର୍ତ୍ତମାନ ଯୁବପିଢୀଙ୍କ ମଧ୍ୟରେ ବିରାଟ କୋହଲିଙ୍କର ଖୁବ ଲୋକପ୍ରିୟତା ରହିଛି । ତେଣୁ ସେ ପଡ଼ିଆରେ ନ ରହିଲେ ମଧ୍ୟ ତାଙ୍କୁ ଦର୍ଶକ ସବୁବେଳେ ଖୋଜିଥାନ୍ତି । ତେଣୁ ଆଜି ପ୍ଲେଇଙ୍ଗ-୧୧ରୁ ବାଦ୍ ପଡ଼ିଥିଲେ ବି ତାଙ୍କ ମସ୍ତିର ଏହି ଛେଉାଟିଆ ଝଲକ ଦର୍ଶକଙ୍କୁ ଦିୱାନା କରି ଦେଇଛି । ସୂଚନା ଅନୁସାରେ, ଭାରତ ଏସିଆ କପ୍ ଫାଇନାଲରେ ପ୍ରବେଶ କରି ସାରିଥିବା ବେଳେ ଆଜିର ବାଂଲାଦେଶ ବିପକ୍ଷ ମ୍ୟାଚ ପାଇଁ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇଛି । ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ବୁମରାହ, କୁଳଦୀପ ଏବଂ ସିରାଜ ଆଜିର ମ୍ୟାଚରେ ସ୍ଥାନ ପାଇନାହାନ୍ତି । ତାଙ୍କ ସ୍ଥାନରେ ତିଲକ ବର୍ମା ଡେବ୍ୟୁ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମୀ ଏବଂ ପ୍ରସିଦ୍ଧ କୃଷ୍ଣାଙ୍କୁ ସୁଯୋଗ ମିଳିଛି ।

Get real time updates directly on you device, subscribe now.