fbpx

ହୀରାକୁଦରେ ଯେତିକି ଜଳ ପଶୁଛି, ସେତିକି ବାହାରୁଛି

ଜଳେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ହୀରାକୁଦ ଡ୍ୟାମକୁ ଯେତିକି ପାଣି ପ୍ରବେଶ କରୁଛି ସେତିକି ନିଷ୍କାସିତ ହେଉଛି । ଜଳ ଭଣ୍ଡାରକୁ ୪,୮୭,୨୦୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସମାନ ୪,୮୭,୨୦୩ କ୍ୟୁସେକ ଜଳ ନିଷ୍କାସିତ ମଧ୍ୟ ହେଉଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି । ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୮୩ ଫୁଟ ରହିଥିଲା । ତେବେ ହୀରାକୁଦ ଡ୍ୟାମର ଜଳଧାରଣା କ୍ଷମତା ୬୩୦ ଫୁଟ ରହିଛି ।

ଏହାରି ମଧ୍ୟରେ ଜଳେଶ୍ୱର ରାଜଘାଟରେ ବିପଦ ସଙ୍କେତ ଛୁଇଁଛି ସୁବର୍ଣ୍ଣରେଖା । ବିପଦ ସଙ୍କେତ ୧୦.୩୬ ମିଟର ଛୁଇଁଛି ସୁବର୍ଣ୍ଣରେଖା ନଦୀ । ଗାଲୁଡିହା ବ୍ୟାରେଜରୁ ଛଡାଯାଇଛି ୬୧୦୦ କ୍ୟୁସେକ୍ ପାଣି । ଏଥିରେ ଭୋଗରାଇ ବ୍ଲକର ୪୦ ଗାଁ ଓ ବାଲିଆପାଳ ବ୍ଲକର ୩୦ ଗାଁ ପ୍ରଭାବିତ ହୋଇଛନ୍ତି ।

Get real time updates directly on you device, subscribe now.