fbpx

ୱାୟନାଡ ଭୂସ୍ଖଳନ: ଦୁଇ ଦିନ ଶୋକ ଘୋଷଣା କଲେ କେରଳ ସରକାର, ମୃତ୍ୟୁ ସଂଖ୍ୟା ୧୪୬କୁ ବୃଦ୍ଧି

ୱାୟନାଡ: କେରଲର ୱାୟନାଡ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ଅନେକ ଧନ ଜୀବନ ହାନୀ ହୋଇଛି । ବର୍ତ୍ତମାନ ସୁଦ୍ଧା ୱାୟନାଡ ଭୂସ୍ଖଳନରେ ପ୍ରାୟ ୧୪୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଗୋଟିଏ ପଟେ ଭାରତୀୟ ସେନା, ଏନଡିଆରଏଫ୍ ଏବଂ ଅନ୍ୟ ଅଧିକାରୀଙ୍କ ତରଫରୁ ରେସ୍କ୍ୟୁ ଅପରେସନ ଜାରି ରହିଥିବାବେଳେ ଅନ୍ୟପଟେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । କହିରଖୁଛୁ ବର୍ତ୍ତମାନ ସୁଦ୍ଧା ସେନା ପାଖାପାଖି ୧୦୦୦ ଲୋକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଏଥିମଧ୍ୟରେ ଏହି ଘଟଣା ପରେ କେରଳ ସରକାର ୨ ଦିନ ଶୋକ ଘୋଷଣା କରିଛନ୍ତି ।

ସୂଚନାରୁ ପ୍ରକାଶ ୱାୟନାଡରେ ହୋଇଥିବା ଭୂସ୍ଖଳନ ଯୋଗୁଁ ୧୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୩ ଶବଗୁଡ଼ିକର ପୋଷ୍ଟମର୍ଟମ କରାଯାଇଥିବା ଜଣାପଡ଼ିଛି । ଅଧିକାରିକ ଭାବେ ୯୮ ଜଣ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି । ତେବେ ଏହାର ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ସୂଚନାରୁ ପ୍ରକାଶ ୱାୟନାଡରେ ହୋଇଥିବା ଭୂସ୍ଖଳନ ଯୋଗୁଁ ୫ଟି ଗାଁ ଧୋଇ ହୋଇଯାଇଛି । ପ୍ରଭାବିତ ଅଞ୍ଚଳ ମଧ୍ୟରେ ମୁଡକ୍କଇ, ଚୁରଲମାଲା, ଅଟ୍ଟମାଲା ଏବଂ ନୁଲପୁଝା ଗାଁ ସାମିଲ ରହିଛି । ଅନେକ ଘର ଏବଂ ପୋଲ ଧୋଇ ହୋଇଯାଇଛି । ଫଳରେ ବାହ୍ୟ ଜଗତ ଠାରୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ରାଜ୍ୟର ଅନେକ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା କରାଯାଇଛିି । ଏହି ଭୂସ୍ମଳନରେ ୧୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୩ ଶବଗୁଡ଼ିକର ପୋଷ୍ଟମର୍ଟମ କରାଯାଇଥିବା ଜଣାପଡ଼ିଛି । ଅଧିକାରିକ ଭାବେ ୯୮ ଜଣ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି । ତେବେ ଏହାର ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତ ଲୋକଙ୍କ ପରିବାର ବର୍ଗଙ୍କ ପାଇଁ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଏବଂ ଆହତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଦେବା ପାଇଁ ଘୋଷଣା କରିଛନ୍ତି । କହିରଖୁଛୁ ଗତ ୬ ବର୍ଷରେ କେରଳରେ ଏହା ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଅଟେ ।

Get real time updates directly on you device, subscribe now.