fbpx

ତପସ୍ୱିନୀଙ୍କ ଠାରୁ ମତେ ଡିଭୋର୍ସ ଦରକାର: ଜାଣନ୍ତୁ କାହିଁକି ଏମିତି କହିଲେ ଡାକ୍ତର ବାବୁ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ନିର୍ଯାତନା ମାମଲା ଏବେ ନୂଆ ମୋଡ ନେଇଛି । ଯେ କୌଣସି ପରସ୍ଥିତିରେ ବି ମୋର ତାଙ୍କଠୁ ଡିଭୋର୍ସ ଦରକାର ବୋଲି କହିଛନ୍ତି ଡାକ୍ତର ସୁମିତ । ଭାଇରାଲ ରେକର୍ଡିଂରେ ସୁମିତ ନିଜ ପିତାଙ୍କୁ ମନେଇବାକୁ ପ୍ରୟାସ କରିଥିବା ଶୁଣାଯାଉଥିବା ବେଳେ ଏହି ରେକର୍ଡିଂର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁମିତ । ତପସ୍ୱିନୀ ଦିନକୁ ଦିନ ନୂଆ ନୂଆ ଅଭିଯୋଗ ଆଣୁଥିବା ବେଳେ ତାଙ୍କ ଦ୍ୱାରା ମୋ ପରିବାର ବର୍ତ୍ତମାନ ନିର୍ଯାତିତ ହୋଇ ସାରିଲାଣି ।

ଏପରି ପରସ୍ଥିତିରେ ଡିଭୋର୍ସ ପାଇଁ କୋର୍ଟକୁ ଯିବା ମୋ ପାଇଁ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି ସୁମିତ । ଏହି ଅଡିଓ ରେକର୍ଡିଂ କଣ ତାହା ମୁଁ ଜାଣି ନଥିବା ବେଳେ ଏହା ମୋର ବିନା ଅନୁମତିରେ କରାଯାଇଛି ବୋଲି କହିଛନ୍ତି ସୁମିତ । ଉଲ୍ଲେଖଯୋଗ୍ୟ ଯେ, ନ୍ୟାୟ ପାଇଁ ଶାଶୁ ଘର ସାମ୍ନାରେ ବସିଥିବା ତପସ୍ୱିନୀଙ୍କ ଆନ୍ଦୋଳନ ବର୍ତ୍ତମାନ ୪ ଦିନରେ ପହଞ୍ଚିଛି । ତେବେ ଏହି ମାମଲାରେ କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣୀୟ ବୋଲି ପ୍ରକାଶ କରିଛନ୍ତି ସୁମିତ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.