fbpx

କଂଗ୍ରେସ ଭବନରେ ପୋଲିସର ଦମନଲୀଳା ପରେ ନିରଞ୍ଜନଙ୍କ ପ୍ରତିକ୍ରିୟା: ଇଂରେଜଙ୍କୁ ହରେଇଛୁ, ପୋଲିସକୁ ଡରିବୁନି[VIDEO]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ଭବନରେ ପୋଲିସର ଦମନଲୀଳା ବିରୋଧରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଯେଉଁ କଂଗ୍ରେସ ଭାରତ ବର୍ଷରୁ ଇଂରେଜଙ୍କୁ ହଟାଇଥିଲା ସେ ପୋଲିସର ବର୍ବରତାକୁ ଡରିବ ନାହିଁ ବୋଲି କହିଛନ୍ତି ନିରଞ୍ଜନ । ପୋଲିସ ଯେଉଁଭଳି ଭାବରେ କଂଗ୍ରେସ ଭବନ ମଧ୍ୟରେ ପଶି ଆତଙ୍କ ରାଜ ଚଳାଇଲା ତାହା ଅତ୍ୟନ୍ତ ନିନ୍ଦନୀୟ ।

କଂଗ୍ରେସ ଅତୀତରେ ଇଂରେଜଙ୍କ ବନ୍ଧୁକକୁ ଡରି ନଥିଲା ତେଣୁ ପୋଲିସର ଲାଠିକୁ ମଧ୍ୟ ଡରିବୁ ନାହିଁ ବୋଲି ସେ କହିଛନ୍ତି । ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା କଂଗ୍ରେସ କର୍ମୀଙ୍କୁ ଯେଉଁଭଳି ଆକ୍ରମଣ ହୋଇଛି ତାହା ଅତ୍ୟନ୍ତ ନିନ୍ଦନୀୟ । ଏହି ଆକ୍ରମଣରେ କେବଳ କଂଗ୍ରେସ କର୍ମୀ ନୁହେଁ ବରଂ ସାଧାରଣ ଜନତା ମଧ୍ୟ ଆକ୍ରୋଶର ଶିକାର ହୋଇଛନ୍ତି । ରାଜ୍ୟ ସରକାର ପୋଲିସକୁ ଆଇନ ଶିଖାଇବାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପୋଲିସ କେଉଁ ସାହସରେ ବାଡି ଧରି ପିଟିଲେ ଏବଂ ଅଫିସରେ ପଶିଲା ତାହା ପ୍ରଶ୍ନବାଚୀ । ସେହିପରି ଆନ୍ଦୋଳନ ଆଗକୁ ଜାରି ରହିବ ବୋଲି ସେ କହିଛନ୍ତି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.