fbpx

ରାତିରେ ମୋଜା ପିନ୍ଧି ଶୋଉଥିଲେ ହୋଇପାରେ ଏହି ସମସ୍ୟା…

ଓଡ଼ିଶା ଭାସ୍କର: ଶୀତ ଦିନେ ଥଣ୍ଡା ବାୟୁ ଠାରୁ ରକ୍ଷା ପାଇବା ପାଇଁ ଲୋକମାନେ ଶୀତବସ୍ତ୍ର ପରିଧାନ କରିଥାନ୍ତି । କିନ୍ତୁ ଅଧିକାଂଶ ଲୋକମାନଙ୍କ କ୍ଷେତ୍ରରେ ରାତିରେ ସ୍ୱେଟର ଓ ମୋଜା ପିନ୍ଧି ଶୋଇବାର ଅଭ୍ୟାସ ଥାଏ । ଏହା ଦ୍ୱାରା ଭଲ ନିଦ ଆସିଥାଏ ବୋଲି ଧାରଣା ରହିଛି । କିନ୍ତୁ ଏହା ଅନେକ ସମସ୍ୟାକୁ ନିିମନ୍ତ୍ରଣ ଦେଇଥାଏ । ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ରାତିରେ ମୋଜା ପିନ୍ଧି ଶୋଇଲେ କ’ଣ ସବୁ ଅସୁବିଧା ହୋଇଥାଏ :

୧. ରକ୍ତ ସଞ୍ଚାଳନରେ ବାଧା: ରାତିରେ ମୋଜା ପିନ୍ଧି ଶୋଇଲେ ଶରୀରରେ ରକ୍ତ ପ୍ରବାହ କମିଯାଏ । ଏହା ରକ୍ତ ସଞ୍ଚାଳନକୁ ପ୍ରଭାବିତ କରିପାରେ । ତେଣୁ ଶୋଇବା ପୂର୍ବରୁ ମୋଜା ଖୋଲି ଦିଅନ୍ତୁ । ବେଶି ଆବଶ୍ୟକତା ହେଲେ ଢ଼ିଲା ମୋଜା ପିନ୍ଧନ୍ତୁ ।

୨. ଫଙ୍ଗାଲ ସଂକ୍ରମଣ: ରାତିରେ ମୋଜା ପିନ୍ଧି ଶୋଇଲେ ଚର୍ମ ଏବଂ ନଖର ଫଙ୍ଗାଲ ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ପଦ ଫୁଲି ଯିବା, ଦରଜ ହେବା, ନଖ ଭାଙ୍ଗିଯିବା ଭଳି ସମସ୍ୟା ଦେଖା ଦେଇଥାଏ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ କ୍ଷେତ୍ରରେ ନଖରେ ଫଙ୍ଗାଲ ସଂକ୍ରମଣ ହେବାର ଆଶଙ୍କା ଅଧିକ ।

୩. ହୃଦୟ ପାଇଁ କ୍ଷତିକାରକ: ରାତିରେ ମୋଜା ପିନ୍ଧି ଶୋଇବା ପାଦର ସ୍ନାୟୁ ଉପରେ ଚାପ ପକାଇଥାଏ । ଏହା ଦ୍ୱାରା ହାର୍ଟକୁ ରକ୍ତ ପମ୍ପ କରିବାରେ ଅସୁବିଧା ହୋଇଥାଏ । ଏହା ସହ ବ୍ୟକ୍ତିକୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ ।

୪. ଆଲର୍ଜୀ: ଅଧିକାଂଶ ଲୋକମାନଙ୍କ ଦିନରେ ମୋଜା ପିନ୍ଧିବାର ଅଭ୍ୟାସ ଥାଏ । ଏହା ଦ୍ୱାରା ମୋଜାରେ ଧୂଳି ଓ ମଇଳା ଲାଗିଯାଏ । କିଛି ଲୋକମାନେ ରାତିରେ ସେହି ମୋଜା ପିନ୍ଧି ଶୋଇଯାନ୍ତି ଯାହା ଚର୍ମ ଆଲର୍ଜୀର ଆଶଙ୍କା ବୃଦ୍ଧି କରିଥାଏ ।

୫. ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ: ରାତିରେ ମୋଜା ପିନ୍ଧି ଶୋଇବା ଦ୍ୱାରା ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ । ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.