fbpx

ଦାନା ବାନ୍ଧିଲାଣି ବାତ୍ୟା; ଅପରାହ୍ନରେ ଜରୁରୀ ବୈଠକ ସହ ଛୁଟି ବାତିଲ କରିଲେ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଅପରାହ୍ନରେ ଜରୁରୀ ବୈଠକ ଡାକିଲେ ସରକାର । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି । ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

ତେବେ ଘୂର୍ଣ୍ଣିବଳୟରୁ ଲଘୁଚାପ ଓ ପରେ ଅବପାତ ହେବାର ସମ୍ଭାବନା ରହିଛି । ଏହା ପରେ ଅବପାତ ଘନୀଭୂତ ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।

ଟ୍ୱିଟରେ ପାଣିପାଗ ବିଭାଗ କହିଛି ଯେ, ‘ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ । ୨୨ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ। ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।’

ତେଣୁ ବାତ୍ୟା ସମ୍ଭାବନା ବଢ଼ୁଥିବାରୁ ଆଜି ଅପରାହ୍ନରେ ଜରୁରୀ ବୈଠକ ଡାକିଲେ ସରକାର । ଏସଆରସିଙ୍କ ଅଧକ୍ଷତାରେ ବସିବ ବୈଠକ । ସଜାଗ ଆଉ ସଚେତନ ରହିବା ପାଇଁ ବୈଠକରେ ଆଲୋଚନା ହେବ । ତେଣୁ ଆଜି ଅପରାହ୍ନ ୪ଟା ସମୟରେ ଏହି ବୈଠକ ଅନୁଷ୍ଠିତ ହେବ ।ସରକାରଙ୍କୁ ସଜାଗ ରହିବା ପାଇଁ କହିଲେ ରାଜସ୍ୱ ବିଭାଗ । ଏହା ସହିତ ସରକାରୀ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି ।

Get real time updates directly on you device, subscribe now.