fbpx

କାଲିଠୁ ବଦଳିବ ପାଗ, ଏକାଧିକ ରାଜ୍ୟରେ ବର୍ଷା ନେଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଶୀତର ପ୍ରକୋପ କମିବା ପରେ ଏବେ ତାପମାତ୍ରା ଧୀରେ ଧୀରେ ବଢ଼ିବାରେ ଲାଗିଛି । ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଦେଶର ଅନେକ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଅନେକ ରାଜ୍ୟରେ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଆକଳନ ଅନୁସାରେ, ରବିବାର ଦିନ ଦେଶର ପୂର୍ବ ଓ ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ହୋଇପାରେ । ଏହା ବ୍ୟତୀତ ଦେଶର ଉତ୍ତର ଓ ପଶ୍ଚିମ ରାଜ୍ୟ ମାନଙ୍କରେ କୋହଲା ପାଗ ରଖିପାରେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହରିୟାଣା, ରାଜସ୍ଥାନ ଓ ପଞ୍ଜାବର କିଛ୍ରି କିଛି ସ୍ଥାନରେ ବର୍ଷା ହୋଇପାରେ ।

ପାଣିପାଗ ବିଭାଗର ସୂଚନା ମୁତାବକ, ୧୯ ଓ ୨୦ ଫେବୃଆରୀରେ ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ଉତ୍ତର ଭାରତରେ ପବନ ସହିତ ବର୍ଷା ହୋଇପାରେ । ପବନର ବେଗ ୨୫ରୁ ୨୫ କିମି ପ୍ରତି ଘଣ୍ଟା ରହିପାରେ । ଏହାପରେ ୨୨ରୁ ୨୪ ତାରିଖରେ ପଶ୍ଚିମ ହିମାଳୟାଞ୍ଚଳରେ ବର୍ଷା ହୋଇପାରେ । ଏହା ବ୍ୟତୀତ ଆଣ୍ଡାମାନ ନିକୋବର, ଅରୁଣାଞ୍ଚଳ ପ୍ରଦେଶ, ବିହାର, କେରଳ, ତାମିଲନାଡ଼ୁ, ଓଡ଼ିଶା ଆଦି ରାଜ୍ୟରେ ବି ବର୍ଷାର ସମ୍ଭାବନା ରହିଛି ।

Get real time updates directly on you device, subscribe now.