fbpx

ଭାରତରେ ବ୍ୟାନ ହେଲା କ୍ରିପ୍ଟୋ ଏକ୍ସଚେଞ୍ଜ ୱେବସାଇଟ, ଅର୍ଥ ମନ୍ତ୍ରଣାଳୟ ନେଲା କଡ଼ା ଆକ୍ସନ

ନୂଆଦିଲ୍ଲୀ: ଆମେରିକାରେ ଚାଲିଥିବା ବିଟକଏନରେ ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡସର ମଞ୍ଜୁରୀ ମିଳିସାରିଛି । ହେଲେ ଭାରତ ସରକାରଙ୍କ ଚିନ୍ତାଧାରା ସଂପୂର୍ଣ୍ଣ ଭିନ୍ନ ଅଟେ । ସରକାର ବିଦେଶରେ ଚାଲୁଥିବା କ୍ରିପ୍ଟୋ ଏକ୍ସଚେଞ୍ଜକୁ ନେଇ କଡ଼ା ଆକ୍ସନ ନେଇଛନ୍ତି । ବର୍ତ୍ତମାନ ଭାରତରେ ବାଇନାନସ, କୁକଏନ ଏବଂ ଓକେଏକ୍ସ ପରି କ୍ରିପ୍ଟୋ ପ୍ଲାଟଫାର୍ମର ୱେବସାଇଟକୁ ବ୍ୟାନ କରାଯାଇଛି । ସରକାରଙ୍କ ଅଭିଯୋଗ ଏହା ଯେ, କ୍ରିପ୍ଟୋ ପ୍ଲାଟଫର୍ମ ମନି ଲ୍ୟାଣ୍ଡ୍ରିଙ୍ଗର ଆଇନ ପାଳନ କରିବା ବିନା ଭାରତରେ କାର୍ଯ୍ୟକାରୀ କରୁଛି । ଏଥିରେ ଭାରତ ସରକାରଙ୍କୁ ହାରାହାରି ପ୍ରତିବର୍ଷ ୩୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ଦିନ ଏପରି କାର୍ଯ୍ୟାନୁଷ୍ଠାନର ସଂକେତ ଦେଇଛନ୍ତି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, କ୍ରିପ୍ଟୋ ପ୍ରତି କେନ୍ଦ୍ରୀୟ ବ୍ୟାଙ୍କର ମନୋଭାବରେ କୌଣସି ମଧ୍ୟ ପରିବର୍ତ୍ତନ ହୋଇନାହିଁ । କ୍ରିପ୍ଟୋକରେନ୍ସିକୁ ନେଇ କେଉଁଠାରେ କଣ କରାଯାଉଛି ତାର କୌଣସି ମୂଲ୍ୟ ନାହିଁ । ଯଦି ଲୋକମାନେ କ୍ରିପ୍ଟୋ କରେନ୍ସି ପଛରେ ଦୌଡୁଛନ୍ତି ତେବେ ସେମାନଙ୍କୁ କ୍ଷତିର ସାମ୍ନା କରିବାକୁ ପଡିବ । ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଟ୍ୟୁଲିପ ମେନିୟାର ଉଦାହରଣ ଦେଇ କହିଛନ୍ତି ଯେ, ମୋତେ ଲାଗୁନାହିଁ ଦୁନିଆ ଏବଂ ଉଦୟମାନ ହେଉଥିବା ବଜାର କ୍ରିପ୍ଟୋ ମାନିଆକୁ ସହ୍ୟ କରିପାରିବେ ନାହିଁ । ସେହିପରି ୧୭ତମ ଶତାବ୍ଦୀରେ ଡଚ ଟ୍ୟୁଲିପର ମୂଲ୍ୟରେ ଜବରଦସ୍ତ ବୃଦ୍ଧି ଘଟିଥିଲା । ଏହାକୁ ଇତିହାସରେ ସବୁଠାରୁ ଖରାପ ମୂଲ୍ୟ ବୋଲି କୁହାଯାଏ । ସେମାନେ ବ୍ଲକଚେନ ଟେକନୋଲୋଜୀ କୁ ନେଇ ସକରାତ୍ମକ ରହିଛନ୍ତି । ଏହି ଟେକନିକରେ କ୍ରିପ୍ଟୋ କରେନ୍ସି କାମ କରୁଛି ।

ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୩ରେ ଅର୍ଥ ମନ୍ତ୍ରଣାଳୟ ଫାଇନାନସିଆଲ ଇଣ୍ଟେଲିଜେନ୍ସ ୟୁନିଟ ଏହି ପ୍ଲାଟଫର୍ମସକୁ ନୋଟିସ ଜାରି କରିଥିଲେ । ଏଥିସହ ସୂଚନା ଟେକନୋଲୋଜୀ ମନ୍ତ୍ରଣାଳୟରେ ଏହାର ୟୁଆରଏଲ ବ୍ଲକ କରିବାକୁ ମଧ୍ୟ କୁହାଯାଇଥିଲା । ଅର୍ଥ ମନ୍ତ୍ରଣାଳୟ ବାୟନେସ, କୁକାଇନ ଏବଂ ଓକେଏକ୍ସ ବ୍ୟତୀତ ହୁଓବି, କ୍ରାକେନ, ଗେଟ.ଆଇଓ ବିଟ୍ରେକ୍ସ, ବିଟଷ୍ଟେପ, ଏମଇଏକ୍ସସି ଗ୍ଲୋବାଲ ଏବଂ ବିଟଫିନେକ୍ସକୁ ମଧ୍ୟ କାର୍ଯ୍ୟକାରୀ କରିଛି । ଏହି କ୍ରିପ୍ଟୋ ପ୍ଲାଟଫର୍ମସକୁ ଆପଲ ଆପ ଷ୍ଟୋରରୁ ହଟାଯାଇଛି । ଖୁବ ଶିଘ୍ର ଏହାର ଆଣ୍ଡ୍ରଏଡ ଭର୍ଜନ ମଧ୍ୟ କାମ କରିବା ବନ୍ଦ କରିଦେବ ।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ବାଇନାନ୍ସ କହିଛି ଯେ, ଆମର ୱେବସାଇଟ୍ ଏବଂ ଆପ୍ ଭାରତରେ କାମ କରୁନାହିଁ। ତେବେ କମ୍ପାନୀ ନିବେଶକମାନଙ୍କୁ ନିଶ୍ଚିତ କରିଛି ଯେ, ସେମାନଙ୍କ ଟଙ୍କା ସୁରକ୍ଷିତ ଅଛି। ସେମାନେ ଭାରତର ନିୟମ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆହୁରି ମଧ୍ୟ, ଶିଳ୍ପର ବିକାଶ ପାଇଁ ଆମେ ରେଗୁଲେଟରମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛୁ।

Get real time updates directly on you device, subscribe now.