fbpx

ଗଭୀର ଅବପାତରେ ପରିଣତ ହେବ ଲଘୁଚାପ!

ଭୁବନେଶ୍ୱର, ୨୧ ।୧୦(ଓଡ଼ିଶା ଭାସ୍କର): ୱେଲ୍ ମାର୍କ୍ଡ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଲଘୁଚାପ । ପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବ ଲଘୁଚାପ ।

ତେବେ ଆଗାମୀ ୪୮ ଘଣ୍ଟାରେ ଓଡ଼ିଶା ଉପକୂଳ ଦେଇ ଲଘୁଚାପ ଗତି କରିବ । ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । କାଲି ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତର ରୂପ ନେଇପାରେ ।

Get real time updates directly on you device, subscribe now.