fbpx

ରାଜ୍ୟର ନାମ ବଦଳାଇବାକୁ ପୁଣି ଦାବୀ କଲେ ମମତା, କହିଲେ ଏପରି ରଖାଗଲେ ଆମକୁ ବହୁ ଲାଭ ମିଳିବ

Advertisement

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ରାଜ୍ୟର ନାମ ବଦଳାଇବାକୁ ଦାବୀ କରିଛନ୍ତି । ଏ ସମ୍ବନ୍ଧରେ ସେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି । ମମତା ବାନାର୍ଜୀ ନୂଆ ନାମ ବିଷୟରେ ପ୍ରସ୍ତାବ ରଖି କହିଛନ୍ତି କି ପଶ୍ଚିମବଙ୍ଗକୁ ‘ବାଙ୍ଗଲା’ କରିଦିଆଯିବା ଉଚିତ ।

ମମତା କହିଲେ ଯଦି ବମ୍ବେର ନାମ ମୁମ୍ବାଇ ହୋଇପାରୁଛି ଆଉ ଓଡ଼ିଶାର ନାମ ବଦଳାଯାଇପାରୁଛି ତେବେ ଆମର କାହିଁକି ବଦଳି ପାରିବ ନାହିଁ । କୋଲକାତାରେ ମମତା କହିଛନ୍ତି, ଆମେ ରାଜ୍ୟ ବିଧାନସଭାରେ ଏ ସଂପର୍କରେ ପ୍ରସ୍ତାବ ପାସ୍ କରାଇ ଦେଇଛୁ । ଆମେ କେନ୍ଦ୍ର ନିକଟରେ ଦୀର୍ଘ ସମୟ ଧରି ଏହି ଦାବୀ କରିଆସୁଛୁ । କିନ୍ତୁ ଆମର ଦାବୀକୁ କେନ୍ଦ୍ର ଗ୍ରହଣ କରୁନାହିଁ ।

ମମତା ନାମ ପରିବର୍ତ୍ତନର ଫାଇଦା ବି କହିଛନ୍ତି । ସେକହିଛନ୍ତି ନାମ ବଦଳିବା ଦ୍ୱାରା ଆମକୁ ବହୁ ଦୃଷ୍ଟିରୁ ଫାଇଦା ହେବ । ଆଲ୍‌ଫାବେଟିକାଲି ଆମେ ବହୁତ ଉପରକୁ ଉଠିଯିବୁ । କାରଣ ଏଥିରୁ ୱେଷ୍ଟ ହଟିଯିବ । ଏହାଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରଙ୍କୁ ଫାଇଦା ମିଳିବ । ସେ କହିଛନ୍ତି ଯଦି ଆମ ରାଜ୍ୟର ନାମ ବଙ୍ଗ ରହିବ ତେବେ ଆମ ପିଲାମାନଙ୍କୁ ବି ସୁବିଧା ମିଳିବ । ସେ କହିଛନ୍ତି ଏବେ ଆଉ ୱେଷ୍ଟର ଆବଶ୍ୟକତା ନାହିଁ । କାରଣ ଯେତେବେଳେ ଇଷ୍ଟ ବି ଭାରତରେ ଥିଲା ସେତେବେଳେ ଏହାର ଆବଶ୍ୟକତା ଥିଲା । କିନ୍ତୁ ଏବେ କେବଳ ଗୋଟିଏ ହିଁ ବଙ୍ଗ ରହିଛି ।

Get real time updates directly on you device, subscribe now.