ଗ୍ରୀନ ମଟର ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ଖାଦ୍ୟ । ତେବେ ଏହା ସାଧାରଣତଃ ଶୀତ ଋତୁରେ ମିଳିଥାଏ । ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ । ଏହାକୁ ବିଭିନ୍ନ ଉପାୟରେ ରାନ୍ଧି ଆପଣ ଏହାକୁ ଉଭୟ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ମଧ୍ୟ କରିପାରିବେ । ତେବେ ଏହି ଗ୍ରୀନ ମଟରର ସ୍ୱାସ୍ଥ୍ୟ ଉପରେ ଅନେକ ଭଲ ପ୍ରଭାବ ରହିଛି । ଏହା ଶୀତଦିନେ ଆପଣଙ୍କ ପାଇଁ ବେଶ ଲାଭଦାୟୀ । ତେବେ କ’ଣ ରହିଛି ଗ୍ରୀନ ମଟରର ଫାଇଦା ଆସନ୍ତୁ ଜାଣିବା ।
ପୋଷକ ତତ୍ତ୍ୱରେ ଭରପୂର- ଗ୍ରୀନ ମଟରରେ ପୋଷକ ତତ୍ତ୍ୱ ଭରପୁର ହୋଇ ରହିଛି । ଆପଣ ଏହାକୁ ସିଧାସଳଖ ଖାଇବା ଦ୍ୱାରା ଆପଣଙ୍କୁ ପ୍ରଚୁର ପୋଟାସିୟମ୍, ଫାଇବର, ଭିଟାମିନ୍ ସି ଏବଂ ଫୋଲେଟ୍ ପ୍ରଚୁର ମାତ୍ରାରେ ରହିଛି । ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବେଶ ଭଲ ପ୍ରଭାବ ପକାଇବା ସହିତ ଶୀତ ଋତୁରେ ଆପଣଙ୍କୁ ବିଭିନ୍ନ ପ୍ରକାର ରୋଗଠାରୁ ଦୂରେଇ ରଖନ୍ତି । ।
ଓଜନ ନିୟନ୍ତ୍ରିତ ହେବ- ସବୁଜ ମଟରରେ ଅଧିକ ପରିମାଣର ଫାଇବର ଥାଏ । ତେବେ ଏହା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରକୁ ଶକ୍ତି ଯୋଗାଇଥାଏ । ଯେଉଁ କାରଣରୁ ଆପଣ ଦୀର୍ଘ ସମୟ ପର୍ୟ୍ୟନ୍ତ ଭୋକ ଅନୁଭବ କରିବେ ନାହିଁ । ଏହା ସହିତ ବ୍ୟାୟାମ କିମ୍ବା ଅନ୍ୟାନ୍ୟ ଶାରୀରିକ କାର୍ୟ୍ୟକଳାପ କରିବାରେ ମଧ୍ୟ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ହୋଇନଥାଏ । ।
ହାର୍ଟ ହେଲଥ ଉନ୍ନତ ହେବ- ସବୁଜ ମଟରରେ ପ୍ରଚୁର ପରିମାଣର ପୋଟାସିୟମ୍ ହାର୍ଟ ହେଲଥ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ହୃଦଘାତ, କରୋନାରୀ ଆର୍ଟେରୀ ହିଜିଜ ଏବଂ ଟ୍ରିପଲ୍ ଭେସେଲ ଡିଜିଜର ଆଶଙ୍କାକୁ ମଧ୍ୟ ବହୁ ମାତ୍ରାରେ ହ୍ରାସ କରିଥାଏ ।
ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର- ସବୁଜ ମଟରରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ଯାହା ଶରୀରକୁ ଫ୍ରି ରେଡିକାଲରୁ ରକ୍ଷା କରିଥାଏ । ଏହା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ରୋକାଯାଇ ପାରେ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି- ଆପଣ ନିଶ୍ଚିତ ଭାବରେ ଅନୁଭବ କରିଥିବେ ଯେ ଶୀତ ଋତୁରେ ଥଣ୍ଡା, କାଶ ଏବଂ ଜ୍ୱରର ଆଶଙ୍କା ବଢ଼ିଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ପ୍ରତିଦିନ କଞ୍ଚା ମଟର ଖାଉଛନ୍ତି ତେବେ ଏହା ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ୍ ସି ଯୋଗାଇଥାଏ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ।