ନୂଆଦିଲ୍ଲୀ: ପୁରୁଷ ମନରେ ନାରୀ ସ୍ତନ ନେଇ, ଆଗ୍ରହ ଆଉ ଭୟ ସମାନ ରୂପେ ଥାଏ । ଯାହା ପୁରୁଷ ଅନେକ ସମୟ ରେ ମନରେ ଲୁଚେଇ ରଖେ। ଏହି ଭୟ ଅନେକ ସମୟରେ ପୁରୁଷ ମନରେ ଗ୍ରନ୍ଥି ସୃଷ୍ଟିକରେ । ଏହାର ପରିଣାମ ପୁରୁଷ ନାରୀ ସହ ତା ସ୍ତନନେଇ ଅନେକ ଧାରଣା ମନରେ ତିଆରି କରେ ଆଉ ବିକାର ଭାବ ପୋଷଣ କରେ ଯାହା ସୁସ୍ଥ ଯୌନ ଜୀବନ ପାଇଁ କ୍ଷତିକାରକ । ଅନେକ ସମୟରେ ଏହା ମାନସିକ ବିକୃତି ଜନ୍ମଦିଏ ।
ଶିଶୁଟିଏ ଜନ୍ମହେବା ପରେ ତାର ପ୍ରଥମ ସମ୍ପର୍କ ସ୍ତନ ଅଟେ। ଡାକ୍ତର ଛୁଆ ଜନ୍ମନେବା ସଙ୍ଗେ ସଙ୍ଗେ ମାଙ୍କୁ ସ୍ତନ୍ୟପାନ ପାଇଁ କୁହନ୍ତି । ପ୍ରାରମ୍ଭିକ ୨-୩ ବର୍ଷ ଛୁଆ ପାଇଁ ସ୍ତନ ଜୀବନ ସ୍ରୋତକୁ ପ୍ରବାହ ଦିଏ। ଅଧିକାଂଶ ମହିଳା ଏହା ମନେକରନ୍ତି ଛୁଆକୁ ଅଧିକ ସମୟ ସ୍ତନ୍ୟପାନ କରାଇବା ଦ୍ଵାରା ତାଙ୍କ ରୂପ ଓ ଯୌବନ ପ୍ରଭାବିତ କରେ । ଯାହା ଦ୍ଵାରା ଛୁଆକୁ ଅଧିକାଂଶ ମହିଳା ବୋତଲ କ୍ଷୀର ବା ଶିଶୁ ଖାଦ୍ୟ ବିକଳ୍ପ ଦେବା ଆରମ୍ଭ କରନ୍ତି। ଶିଶୁ କେବଳ ସ୍ତନ୍ୟପାନ ଦ୍ଵାରା ଖାଦ୍ୟ ଶୋଷନ୍ତି ତାହା ନୁହେଁ । ଏହା ତାଙ୍କ ଶୋଷିବା (ପୋଷଣ) ପ୍ରବୃତ୍ତି କୁ ପରିପୃଷ୍ଟ କରିଥାଏ, ଯାହା ଛୁଆ ମୁହଁ କୁ ଆନନ୍ଦ ଦିଏ । ହେଲେ ସମୟ ଆଗରୁ ଏହାକୁ ବନ୍ଦ୍ କରିବା ଛୁଆ କୋମଳ ମନରେ ଏକ କଷ୍ଟ ଭାବ ଜନ୍ମଦିଏ । ଆଉ ଏହା ପରେ ଏହି ତିକ୍ତ ଭାବନା ସହ ଛୁଆ ବଡ଼ ହୁଏ । ଏହା ଛୁଆ ଅବଚେତନ୍ ମନ ରେ ପ୍ରବେଶ କରେ ଆଉ ଜୀବନ ଯାଇଁ ତା ମନ ଭିତରେ ଘର କରି ରୁହେ ।
ଏହାହିଁ ଏକ ମୁଖ୍ୟ କାରଣ ଯେବେ ଛୁଆ ମା ସ୍ତନ ଛୁଇଁବାକୁ ଚେଷ୍ଟା କରେ ସେ ତାକୁ ଅଟକାଇ ଦିଏ । ଆଉ ତା ମନରେ ସ୍ତନ ନେଇ ପାପ ଭାବନା ବା ନକାରାତ୍ମକ ଭାବନା ନିଜ ଅଜଣାରେ ବଢାଇ ଚାଲେ । ହେଲେ ଛୁଆ ମନରେ ଏସବୁ ଦାବିବାକୁ ବାଧ୍ୟ ହୁଏ କାରଣ ସେ ମା ଉପରେ ନିର୍ଭର। ଆପଣ ଆଶ୍ଚର୍ୟ୍ଯ ହେବେ କୋମଳ ମନରେ ଏହାର ଗଭୀର ଛାପ ରହିଯାଏ।
ଯୌବନ ସମୟରେ ପିଲା ସମୟର ଏହି ଭାବନା ଯୁବକ ଅବଚେତନରୁ ଚେତନ ମନକୁ ଆସେ ଆଉ ସେ ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହୁଏ । ହେଲେ ଅନେକ ସମୟରେ ପିଲା ଦିନର ତିକ୍ତ ଅନୁଭୁତି ତାକୁ ବିପରୀତ ଲିଙ୍ଗ ଦେଖିଲେ ମୁଁହ ପୋତିବାକୁ ବାଧ୍ୟ କରେ ଯାହା ପୁଣି ତାକୁ ମାନସିକ ବିକ୍ଷିପ୍ତ କରେ । ଅନେକ ସମୟର ଏକ ସ୍ତ୍ରୀ ଉପରେ ପୁରୁଷ ଅତ୍ୟାଚାର କରିବା ସମୟରେ ସ୍ତନକୁ ଆକ୍ରମଣ କରେ । ଏହାହିଁ ଥାଏ ତାଙ୍କ ପିଲାଦିନର ଭୟ ଗ୍ରନ୍ଥି । ଆଜିର ସମୟରେ ଉଭୟ ଯୁବକ ଯୁବତୀ , ମହିଳା ଓ ପୁରୁଷ ନିଜ ଶରୀରକୁ ସ୍ବୀକାର କରିବା ଆବଶ୍ୟକ ଓ ନିଜ ଶରୀରକୁ ପ୍ରେମ କରିବା ଆବଶ୍ୟକ । ତେବେ ଉପଯୁକ୍ତ ସମୟ ଆସିଲେ ଏକ ସୁସ୍ଥ ଯୌନ ଜୀବନ କଳ୍ପନା ସମ୍ଭବ । ଆଉ ତେବେ ଯେଉଁ ଜୀବନ ସୃଷ୍ଟି ହେବ ସେ ତା ସମୟ ନେଇ ସବୁ ଅନୁଭୁତି ଗ୍ରହଣ କରିବ । ଆଉ ଏକ ସୁସ୍ଥ ସମାଜ ପରିକଳ୍ପନା ସମ୍ଭବ ହୋଇ ପାରିବ ।